Thursday, November 5, 2026
ADVERTISEMENT
Home ଜିଲ୍ଲା ଅନୁଗୁଳ ହାତୀ ଆକ୍ରମଣରେ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଗ୍ରାମବାସୀ ଘେରିଲେ ବନ ବିଭାଗ କାର୍ଯ୍ୟାଳୟ

ହାତୀ ଆକ୍ରମଣରେ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଗ୍ରାମବାସୀ ଘେରିଲେ ବନ ବିଭାଗ କାର୍ଯ୍ୟାଳୟ

246
ADVERTISEMENT

ଅନୁଗୁଳ,୨୬/୧୨(ଡ଼ି.ଏଚ/ବ୍ୟୁରୋ) : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ମଣ୍ଡୁଆ ଗ୍ରାମର ଶୁଭକାନ୍ତ ରାଉତଙ୍କ ନବମ ଶ୍ରେଣୀରେ ପଢ଼ୁଥିବା ପୁଅ ଶ୍ରୀକାନ୍ତ(୧୩) ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି। ଗତକାଲି ଗ୍ରାମର ୫ ଜଣ ସାଙ୍ଗଙ୍କ ସହିତ ଶ୍ରୀକାନ୍ତ ଗାଁ ମୁଣ୍ଡ ନାଳକୁ ଶୌଚ ପାଇଁ ଯାଉଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲା। ଗୁରୁତର ଅବସ୍ଥାରେ ଶ୍ରୀକାନ୍ତ ଓ ଚନ୍ଦନ ସାହୁଙ୍କୁ କଣିହାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଗୁରୁତର ଥିବାରୁ ଶ୍ରୀକାନ୍ତକୁ ଅନୁଗୁଳ ଓ ଚନ୍ଦନକୁ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଅନୁଗୁଳରୁ ଶ୍ରୀକାନ୍ତକୁ ପରେ କଟକ ବଡ଼ ଡ଼ାକ୍ତରଖାନା ନେବା ବାଟରେ ତା’ର ମୃତ୍ୟୁ ହୋଇଥିଲା। ଆଜି ସକାଳ ୯ ଟାରେ କ୍ଷତିପୂରଣ ଦାବିରେ ଶତାଧିକ ଗ୍ରାମବାସୀ ଛେଣ୍ଡିପଦାର ବନବିଭାଗ ରେଞ୍ଜ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ।

Advertisement