Thursday, November 5, 2026
ADVERTISEMENT
Home ଆଞ୍ଚଳିକ ଜଗଦଳପୁର ଗ୍ରାମରେ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜଗଦଳପୁର ଗ୍ରାମରେ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

308
ADVERTISEMENT

କୁକୁଡାଖଣ୍ଡି,୨୫/୧୨(ଇ.ରଞ୍ଜନ) : କୁକୁଡାଖଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ ଚିକିତ୍ସାଳୟ ଅନ୍ତର୍ଗତ ଜଗଦଳପୁର ଗ୍ରାମର ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ନିକଟରେ ଥିବା ଉଚ୍ଚ ବିଦ୍ୟାଳୟ ପରିସରରେ ଗ୍ରାମରେ ଅନେକ ଲୋକଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ୩୪୨୨ଟି ମଶୁରିବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ସରପଞ୍ଚ ହାଡୁବନ୍ଧୁ ବେହେରା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡ଼କ୍ଟର ରାମଚନ୍ଦ୍ର ମହାପାତ୍ର ଯୋଗଦେଇ ମଶୁରିର ବେବହାର ଉପକାରିତା ଉପରେ ଲୋକଙ୍କୁ ସଚେତନ କରିଥିଲେ l ଏହି କାର୍ଯ୍ୟକ୍ରମ ପ୍ରଥମ ପର୍ଯ୍ୟାୟରେ ବ୍ଲକର ଆଦିବାସୀ ଆଦ୍ୟୁସିତ ଅଞ୍ଚଳରେ ବଣ୍ଟନ ହୋଇଥିବା ବେଳେ ଆଜି ସହରାଞ୍ଚଳ ଆଖପାଖ ଅଞ୍ଚଳରେ ବଣ୍ଟନ କରାଯାଇଥିବା ଡ଼କ୍ଟର ରାମଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି l ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ କର୍ମଚାରି ପଞ୍ଚାନନ ଦାଶ, ସୋହନ ପଟ୍ଟନାୟକ, ଭଗବାନ ମହାପାତ୍ର, ଏଏନଏମ ଗୀତାରାଣୀ ସାହୁ ସମେତ ଗ୍ରାମର ସମସ୍ତ ଅଙ୍ଗନବାଡି, ଆଶା କର୍ମୀ ଯୋଗଦେଇ ମଶୁରି ବଣ୍ଟନ କରିଥିଲେ l

Advertisement