Friday, November 6, 2026
ADVERTISEMENT
Home ମୁଖ୍ୟ ଖବର ରାଜ୍ୟରୁ ୩୨୫ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୩ଜଣଙ୍କ ମୁର୍ତ୍ୟୁ

ରାଜ୍ୟରୁ ୩୨୫ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୩ଜଣଙ୍କ ମୁର୍ତ୍ୟୁ

176
ADVERTISEMENT

ଭୁବନେଶ୍ୱର ,୨୫/୧୨(ଡ଼ି.ଏଚ/ବ୍ୟୁରୋ) : ଆଜି ରାଜ୍ୟରୁ ୩୨୫ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ୧୮୭ଜଣ କ୍ବାରେଣ୍ଟାଇନରୁ ଓ ୧୩୮ଜଣ ସ୍ଥାନୀୟ ଅଞ୍ଚଳର ରହିଥିବା ଜଣାପଡ଼ିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ରାଜ୍ୟରେ ଏଯାବତ ୩୨୭୮୬୭ଜଣ କରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସିଥିବା ବେଳେ ଏଥିରୁ ୩୨୨୯୭୨ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ବି ୨୯୮୯ଟି ସକ୍ରିୟ ମାମଲା ରହିଛି। ଏଣେ ୩ ସଂକ୍ରମିତଙ୍କର ପ୍ରାଣହାନି ଘଟିଛି।

Advertisement