Friday, November 6, 2026
ADVERTISEMENT
Home ଆଞ୍ଚଳିକ ବିଲରେ ଧାନ ଖାଇବାରୁ ନୃଶଂସ ଭାବେ ଗାଇକୁ ହାଣିଲେ !

ବିଲରେ ଧାନ ଖାଇବାରୁ ନୃଶଂସ ଭାବେ ଗାଇକୁ ହାଣିଲେ !

220
ADVERTISEMENT

କୁକୁଡାଖଣ୍ଡି,୨୩/୧୨(ଇ.ରଞ୍ଜନ) : ରାଗରେ ଥିଲେ ମଣିଷ କେତେ ନିମ୍ନ ସ୍ତରକୁ ଖସିଯାଇପାରେ ତାହାର ଏକ ଉଦାହରଣ ଦେଖିବାକୁ ମିଳିଛି ! ସଦରଥାନା ଅନ୍ତର୍ଗତ ଜଗଦଳପୁର ଗ୍ରାମରେ,ଏମ. ଗଣେଷ ପାତ୍ରଙ୍କ ଏକ ଗାଇ ବାବୁ ସେଠୀଙ୍କ ବିଲରେ ପସି ଧାନ ଖାଇଦେବାରୁ ବାବୁ ଉତଖିପ୍ତ ହୋଇ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ଗାଇକୁ ହାଣି ଦେଇଥିଲେ।ଘଟଣାପରେ ଗୋସୁରକ୍ଷା କର୍ମୀ ଚିନ୍ମୟାନନ୍ଦ ମହାରାଜ ତୀବ୍ର ବିରୋଧ କରିଛନ୍ତି l ଗଣେଷ ଗାଇକୁ ସେବା କରିବା ସହ ବାବୁସେଠୀ ଓ ସ୍ଥାନୀୟ ସମିତସଭ୍ୟଙ୍କ ସ୍ବାମୀ ଘଟଣାକୁ ଉସକାଇବା ନେଇ ସଦରଥାନାରେ ଏତଲା ଦେଇଥିଲେ । ଏନେଇ ସଦରଥାନା ପୋଲିସ ଘଟଣାର ତଦନ୍ତ କରି ଏନେଇ ଥାନାରେ କେସନଂ ୩୯୩/୨୦ ରେ ମାମଲା ରୁଜୁ କରି ବାବୁ ସେଠୀକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସନ୍ତୋଷିନୀ ଓରାମ ସୂଚନା ଦେଇଛନ୍ତି ।

Advertisement