Friday, November 6, 2026
ADVERTISEMENT
Home ଆଞ୍ଚଳିକ ସ୍କୁଲ ଖୋଲିବା ଦାବିରେ ଏଆଇଡିଏସଓର ବିକ୍ଷୋଭ

ସ୍କୁଲ ଖୋଲିବା ଦାବିରେ ଏଆଇଡିଏସଓର ବିକ୍ଷୋଭ

196
ADVERTISEMENT

କୁକୁଡାଖଣ୍ଡି,୨୨/୧୨ (ଇ.ରଞ୍ଜନ ): କୁକୁଡାଖଣ୍ଡି ବ୍ଲକର ୨୫ ଟି ସ୍କୁଲକୁ ସରକାର ବନ୍ଦ କରିବା ନିଷ୍ପତିକୁ ବିରୋଧ କରି ଏଆଇଡିଏସଓ ପକ୍ଷରୁ କୁକୁଡାଖଣ୍ଡି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିଥିଲେ । ଅଧିକାଂଶ ସ୍କୁଲ ଆଦିବାସୀ ଅଧୁସିତ ଅଞ୍ଚଳ ଥିବାରୁ, ଏହା କୁ ବନ୍ଦ କରିବାକୁ ନିଷ୍ପତି ନେଇଥିବା ବେଳେ ସମସ୍ତ ସ୍କୁଲ ଗୁଡିକୁ ଖୋଲିବାକୁ ଦାବି କରିଥିଲେ । ଏଥିରେ ବନ୍ଦ ହୋଇଥିବା ସମସ୍ତ ବିଦ୍ୟାଳୟର କିଛି ସୁରକ୍ଷା କମିଟି ତରଫରୁ ୧0ଟି ସ୍କୁଲତରଫରୁ ଜିଲ୍ଲାପାଳଙ୍କ ପକଷ୍ଠରେ ଖୋଲିବା ପାଇଁ ନିବେଦନ ଥିବାରୁ ଜିଲ୍ଲାପାଳ ବିଡ଼ିଓଙ୍କୁ ସ୍କୁଲର ସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ପରାମର୍ଶ ଦେଇଥିବା ବି.ଇ.ଓ ଗିରିଧାରୀ ରାଓ ସୂଚନା ଦେଇଥିବା ଜାଣିବା ପାଇଁ ମିଳିଛି କିନ୍ତୁ ଆଜି ବିଭିନ୍ନ ସଂଘଟନ ଓ ଅଭିଭାବକ ମହଲରୁ ଆସି ବ୍ଲକ ଶିକ୍ଷାଅଧିକାରୀଙ୍କୁ ଯେଉଁ ସ୍କୁଲ ବନ୍ଦ ପାଇଁ ନିଷ୍ପତି ହୋଇଛି ତାହାକୁ ସ୍କୁଲ ଖୋଲିବା ପୂର୍ଵରୁ ବିଦ୍ୟାଳୟ ଖୋଲିବା ପାଇଁ ସରକାର ପ୍ରଶାସନ ପାଖରେ ଦାବିକରିଛନ୍ତି । ଏଥିରେ ଯୋଗଦେଇଥିବା ଏଆଇଡିଏସଓ ରାଜ୍ୟ ଉପସଭାପତି ସୋମନାଥ ବେହେରା , ଜିଲ୍ଲା କମିଟି ସଭାପତି ଶିବାନୀ ଶଙ୍କର ମିଶ୍ର,ନିମାଇ ଚରଣ ସାହୁ, ଶୁଭସ୍ମିତା ପାଣିଗ୍ରାହୀ, ପଦ୍ମଚରଣ ମଲିକ,ସୋମନାଥ ମଲିକ,ରାଜେନ୍ଦ୍ର ମଲିକ,ନରସିଂହ ମଲିକ ସମେତ ସଂଗଠନର କର୍ମୀମାନେ ଯୋଗଦେଇଥିଲେ।

Advertisement