କୁୁକୁଡାଖଣ୍ଡି,୨୨/୧୨(ଇ.ରଞ୍ଜନ) :୪ବର୍ଷର ଓମ,ସାଇ ଦୁନିଆ ଦେଖିବା ଆଗରୁ ମିଳିଲା ଯନ୍ତ୍ରଣା।ବାପା,ମା ମଧ୍ୟ ନିଜ ଦୁଃଖ କାହାକୁ ଜଣାଇପାରୁ ନାହାନ୍ତି।ବ୍ରହ୍ମପୁର,କଟକ ପରେ ବିଶାଖାପାଟଣା ନେଇ ଉଭୟଙ୍କୁ ଚିକିତ୍ସା କରାଇଲେ ମଧ୍ୟ ସ୍ବାସ୍ଥ୍ୟ ରେ ଅଗ୍ରଗତି ହୋଇପାରୁନାହିଁ।ଉଭୟଙ୍କ ଉତ୍ତମ ଚିକିତ୍ସା ପାଇଁ ଦରକାର ଲକ୍ଷାଧିକ ଟଙ୍କା ,ପାଖରେ କିଛି ସମ୍ବଳ ନାହିଁ ଯାହା ଥିଲା ସେସବୁ ବିକ୍ରିକରି ପିଲା ଦ୍ବୟର ଚିକିତ୍ସା ରେ ଲଗାଇଲେ।ଏବେ ଆୟ ସମ୍ବଳ ନାହିଁ ପିଲାଙ୍କ ଚିକିତ୍ସା କରିବା ପାଇଁ।ବହୁ ବଦାନ୍ୟ ବ୍ୟକ୍ତି ଙ୍କ ସହାୟତା ପାଇଁ ଉଭୟଙ୍କ ଚିକିତ୍ସା କରାଇଥିଲେ।ଏବେ ଅତ୍ୟଧିକ ଚିକିତ୍ସା ପାଇଁ ଜାନୁୟାରୀ ୭ ତାରିଖରେ ଦିଲ୍ଲୀ ଏମ୍ସ ଯିବେ।ଏନେଇ ବ୍ରହ୍ମପୁର ଉପଜିଲ୍ଲପାଳଙ୍କ ନିର୍ଦ୍ଦେଶକ୍ରମେ ବ୍ଲକ ପ୍ରଶାସନ ତରଫରୁ ରେଡକ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା ବିଡିଓ ଗଦାଧର ପାତ୍ର ଓମ,ସାଇଙ୍କ ପିତା କୁଶ ସାହୁଙ୍କୁ ପ୍ରଦାନ କରିଥିବା ବେଳେ ବ୍ଲକ ଅଧକ୍ଷା କାମାକ୍ଷା ପ୍ରସାଦ ପାତ୍ର ଉପସ୍ଥିତ ଥିଲେ।।



















