ବ୍ରହ୍ମପୁର,୨୦/୧୨(ଇ.ରଞ୍ଜନ) :ବ୍ରହ୍ମପୁର ଦିନିକିଆ ଗ୍ରସ୍ତରେ କେନ୍ଦ୍ର କ୍ଷୁଦ୍ରଶିଳ୍ପ,ମସ୍ୟଓ ପଶୁ ସମ୍ପଦ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଶନିବାର ସନ୍ଦ୍ୟାରେ ସରକାରୀ ଶିଳ୍ପତାଲିମ ଅନୁଷ୍ଠାନ ନିକଟରେ ଥିବା ଓଡିଶା ସରକାରଙ୍କ କୌଶଳ ବିକାଶ ଯୋଜନା ଦ୍ୱାରା ଚି଼ହ୍ନଟ ସ୍ଥାନରେ କେନ୍ଦ୍ର ସରକାରଙ୍କ ୨0କୋଟି ଟଙ୍କା ବ୍ୟୟରେ ନିର୍ମିତ ନୂତନ ଅନୁଷ୍ଠାନ କେନ୍ଦ୍ର ହସ୍ତଯନ୍ତ୍ର ପ୍ରଶିକ୍ଷଣ ତାଲିମ କେନ୍ଦ୍ର ଗୃହକୁ ଉଦ୍ଘାଟନ କରିଛନ୍ତି ପ୍ରତାପ ଷଡ଼ଙ୍ଗୀ l ଏଥିରେ ଯୋଗଦେଇ ଶ୍ରୀ ଷଡ଼ଙ୍ଗୀ ନିଜ ଉଦବୋଧନରେ ଗଞ୍ଜାମ ଜିଲ୍ଲାର ଯୁବକଯୁବତୀ ମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଶିଳ୍ପ ତାଲିମରେ ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନେ କେନ୍ଦ୍ର ହସ୍ତଯନ୍ତ୍ର ତାଲିମରେ ଯୋଗଦାନ କରି ଶିଳ୍ପାନୁଷ୍ଠାନ ପାଇଁ ଆବଶ୍ୟକ ଯନ୍ତ୍ରପାତି ପ୍ରସ୍ତୁତି ଓଂଲାଇନ ଦ୍ୱାରା ପ୍ରଶିକ୍ଷଣ ଦିଆଯିବ ନିମନ୍ତେ ଏଥିରେ ଯୁବକ ଯୁବତୀ ଉତୀର୍ଣ୍ଣ ହୋଇ ଯେକୌଣସି ସରକାରୀ କିମ୍ବା ବେସରକାରୀ ଛୋଟବଡ଼ ଶିଳ୍ପରେ ନିଯୁକ୍ତି ପାଇ ଆତ୍ମନିର୍ଭରଶିଳ ହୋଇପାରିବେ ପାଇଁ ଉପଯୁକ୍ତ l ନଚେତ ନିଜଦକ୍ଷତା କୌଶଳ ବୃଦ୍ଧିପ୍ରୟୋଗ କରି ଛୋଟ ଵେବସାୟୀକ ପ୍ରତିଷ୍ଠାନ କରି ମାନବ ସମାଜରେ ଯେପରି ନିଜପରିଚୟ ସୃଷ୍ଟି କରିପାରିବେ ତାହା ହେଲେ ଦେଶର ଶିଳ୍ପ ପ୍ରତିଷ୍ଠାନ ବୃଦ୍ଧି ପାଇବା ସହ ସ୍ଥାନୀୟ ବେକାର ଯୁବକ ଯୁବତୀ ନିଯୁକ୍ତିର ବିକାଶ ହେଲେ ଦେଶର ଆର୍ଥୀକ ଅବସ୍ଥା ସ୍ଵଛଳ ହେବ l ଶିଳ୍ପ ସଂସ୍ଥା ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାର ସାହାଯ୍ୟ କରିବେ ଏଥିରେ ଯେଉଁ ଆବଶ୍ୟକ ଋଣ ଦରକାର ହେଲେ ସରକାରଙ୍କ ନିୟମାବଳୀ ଅନୁଯାୟୀ ଆବେଦନ କଲେ ତାହା ପାଇଁ ସବୁ ପ୍ରକାର ସହଯୋଗରେ କେନ୍ଦ୍ରସରକାର ହାତବଡାଇବେ ବୋଲି ମତପୋଷଣ କରିଥିଲେ l ଏହା ପରେ ସରକାରି ଶିଳ୍ପ ଅନୁଷ୍ଠାନରେ ଯୋଗଦେଇ ଜଗନ୍ନାଥଙ୍କ ମୂର୍ତ୍ତି ଦର୍ଶନ କରି ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ଅନାବଶ୍ୟକ ଯନ୍ତ୍ରପାତିରେ ନିର୍ମିତ ଆଲୋକର ସୌନ୍ଦର୍ଯ୍ୟକୁ ଦେଖି ବେଶ ପ୍ରଶଂସା ସାଉଁଟିଥିଲେ l ପରେ ବଜେପି ପୂର୍ବତନ ଜିଲ୍ଲା ସଭାପତି କାନ୍ହୁ ଚରଣ ପତିଙ୍କ ସହପତ୍ନୀଙ୍କ ବିୟୋଗରେ ପତିପରିବାର ବର୍ଗଙ୍କୁ ସୋମବେଦନା ଜଣାଇ ଫୋଟୋଚିତ୍ରରେ ପୁଷ୍ପାମାରଲ୍ୟ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ବିଭୁତି ଜେନା, ବ୍ରହ୍ମପୁର ବଜେପି ସାଂସଦ ପାର୍ଥି ବୁର୍ଗୁ ବକ୍ସି ପାତ୍ର, ରାମପାତ୍ର, ଚିନ୍ମୟ ଦାଶ, ସମେତ ବିଭିନ୍ନ ନେତା କର୍ମୀ ଯୋଗଦେଇ ଶେଷରେ ଚିରାଚରିତ ଡ଼ଙ୍ଗରେ ଜୟ ଶ୍ରୀରାମ ନାରା ଦେଇଥିଲେ l



















