ଓଡ଼ିଶାରେ ଆଉ ଚାରିଟି ପ୍ଲାନୋଟେରିୟମ୍‌ ପ୍ରତିଷ୍ଠା ହେବ: ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡା

772
ADVERTISEMENT

ଭୁବନେଶ୍ବର,୦୩/୦୮ ଏଜେନସି : ରାଜ୍ୟରେ ଏବେ ଦୁଇଟି ପ୍ଲାନୋଟେରିୟମ୍‌ ଥିବା ବେଳେ ସରକାର ଆଉ ଚାରିଟି ପ୍ଲାନୋଟେରିୟମ୍‌ ପ୍ରତିଷ୍ଠା କରିବାକୁ ଯାଉଛନ୍ତି ବୋଲି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡା ବିଧାନସଭା ଗୃହରେ ସୂଚନା ଦେଇଛନ୍ତି । ଏଗୁଡ଼ିକ ଗୋପାଳପୁର, ରାୟଗଡ଼ା, କେଉଁଝର ଓ ବାରିପଦାରେ ନିର୍ମାଣ କରାଯିବ ଏବଂ ଏଥିପାଇଁ ୩୦ କୋଟି ଖର୍ଚ୍ଚ ହେବ ବୋଲି ବ୍ୟୟ ଅଟ୍ଟକଳ କରାଯାଇଛି ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଥିଲେ ଯେ ଗୋପାଳପୁର ପାଇଁ ୯ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ଅନ୍ୟ ତିନିଟି ସ୍ଥାନ ପାଇଁ ୭ କୋଟି ଲେଖାଏଁ ୨୧ କୋଟି ଟଙ୍କା ଖର୍ଚ୍ଚ ହେବ ।ଏ ନେଇ ଆଜି ବିଧାନସଭା ଗୃହରେ ପ୍ରଶ୍ନ କାଳରେ ବିଧାୟକ ସୁଧୀର ବିଶ୍ୱାଳଙ୍କ ତରଫରୁ ପଚରାଯାଇଥିବା ପ୍ରଶ୍ନର ଉତ୍ତର ରେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଏହା ସୂଚନା ଦେଇଥିଲେ ।

Advertisement