ସୋନପୁର,୧୯/୧୨(ସୁନୀଲ ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ନର୍ସିଂ କର୍ମଚାରୀମାନଙ୍କ ଦ୍ଵାରା ସ୍ଥାୟୀ ନିଯୁକ୍ତି ଦାବୀ ନେଇ ୧୨ ଘଣ୍ଟିଆ ଗଣ ଧାରଣାରେ ବସିଛନ୍ତି l ସେମାନେ ଦାବୀ କରିଛନ୍ତି ଯେ ଗତ 9 ମାସ ଧରି କୋଭିଡ ଆରମ୍ଭ ରୁ ଆଜି ପର୍ଯ୍ୟନ୍ତ ନିଜ ଜୀବନକୁ ବାଜି ଲଗାଇ ଓ ଘରଦ୍ଵାର ଛାଡ଼ି ନିଷ୍ଠାପର ଭାବରେ କାର୍ଯ୍ୟ କରି ଆସୁଛନ୍ତି l ହେଲେ ଏବେ ରାଜ୍ୟରେ ୬୪୩୨ଜଣଙ୍କୁ ନିଯୁକ୍ତି ଦିଆଯାଇଛି l ଯାହାକୁ ସେମାନେ ବିରୋଧ କରି ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦାବୀରେ ବର୍ତ୍ତମାନ ଗଣ ଧାରଣାରେ ବସିଛନ୍ତି l ଆଗାମୀ ଦିନରେ ସରକାର ଦାବୀ ପୂରଣ ନକଲେ ୨୪ ଘଣ୍ଟିଆ ଆନ୍ଦୋଳନ ହେବା ସହିତ ପାରl ମେଡିକାଲ ସମସ୍ତେ ଯୋଗଦେବେ ଓ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି l


















