ବ୍ରହ୍ମପୁର,୧୮/୧୨,(ସୁଦାମ ମହାରଣା): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର କୋର୍ଟର ଆଇନଜୀବୀ ସଙ୍ଘର ନବନିର୍ବାଚିତ ସଦସ୍ୟ ମାନଙ୍କ ଶପଥପାଠ କାର୍ଯ୍ୟକ୍ରମ ଶୁକ୍ରବାରଦିନ ଅନୁଷ୍ଠିତ ହୋଇଯାଇଥିଲା l ଏଥିରେ ନିର୍ବାଚନ ଅଧିକାରୀ ରଞ୍ଜନା କୁମାରୀ ପଣ୍ଡା ତତ୍ଵାବଧାନରେ ଶପଥପାଠ କରାଯାଇଥିଲା l ନୂତନ ସଭାପତି ଭାବେ କେଦାରନାଥ ପଟ୍ଟନାୟକ. ସମ୍ପାଦକଭାବେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ. ଉପସଭାପତିଭାବେ ସିମାଞ୍ଚଳ ସେଠୀ ଯୁଗ୍ମ ସମ୍ପାଦକ ଭାବେ ପାଣ ବେହେରା. ନିର୍ବାଚିତ ହୋଇଥିବା ଯୋଗୁ ସମସ୍ତ ପ୍ରତିନିଧି ମାନଙ୍କୁ ଓକିଲ ସଙ୍ଘ କାର୍ଯ୍ୟାଳୟ ପରିସରରେ ଶପଥ କରିବା ସହ ଦାୟୁତ୍ୱ ହସ୍ତାନ୍ତର କରାଯାଇଥିଲା l ଏଥିରେ ବରିଷ୍ଠ ଆଇନଜୀବୀ ଉପେନ୍ଦ୍ର ପଣ୍ଡା,ପ୍ରଫୁଲ ପଣ୍ଡା,ଗୌରି ଶଙ୍କର ରାଉଳ,ବାସୁଦେବ ଜେନା,ପ୍ରଭାତ କୁମାର ପଟ୍ଟନାୟକ, କୃଷ୍ଣ ଚନ୍ଦ୍ର ଗୌଡ଼,ଅଶୋକ କୁମାର ମହାଙ୍କୁଡ,ସିମାଞ୍ଚଳ ମିଶ୍ର, ସମେତ ସଂଘର ବହୁ ସଦସ୍ୟ ଉପସ୍ଥିତ ଥିଲେ l


















