Thursday, November 5, 2026
ADVERTISEMENT
Home ଆଞ୍ଚଳିକ ସେନାପତି ବ୍ୟାଟମିନଟନ୍ ଟୁର୍ନାମେଣ୍ଟ ଉଦଯାପିତ

ସେନାପତି ବ୍ୟାଟମିନଟନ୍ ଟୁର୍ନାମେଣ୍ଟ ଉଦଯାପିତ

193
ADVERTISEMENT

କୁକୁଡାଖଣ୍ଡି,୧୯/୧୨,(ଇ.ରଞ୍ଜନ) : କୁକୁଡାଖଣ୍ଡି ସେନାପତି ରାଇସ ମିଲ ଠାରେ ଆଜି ସେନାପତି ବ୍ୟାଟମିନ୍ଟନ ଟୁର୍ନାମେଣ୍ଟ ଉଦଯାପନି କାର୍ଯ୍ୟକ୍ରମ ହୋଇଯାଇଛି । ସ୍ଥାନୀୟ ସରପଂଚ ଅଦଲ ଚେନେୟାଙ୍କ ତତ୍ଵlବଧାନରେ ଉଦଘାଟନ ହୋଇଥିଲା l ସେନାପତି ରାଇସ ମିଲ ଠାରେ 2 ଦିନ ଧରି ହୋଇ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଦିନରେ 16 ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ ସେଥି ମଧ୍ୟରୁ 8 ଗୋଟି ଦଳ ପରାସ୍ତ ହୋଇଥିଲେ l ଖେଳ ର ଦୁତୀୟ ଦିନ 8 ଗୋଟି ଦଳ କୁ ନେଇ କ୍ୱାଟର ଫାଇନାଲ ସେମି ଫାଇନାଲ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା l ଫାଇନାଲ ମ୍ୟାଚ ରେ ବିଜୟୀ ଦଳ ସୁମନ, ସିଟୁନୁ ବନାମ ଶୁଭନ, ମାନସ କୁ 2-1 ସେଟ ରେ ପରାସ୍ତ କରିଥିଲେ l ଫାଇନାଲରେ ବିଜୟ ଦଳକୁ 3333 ଟଙ୍କା ପୁରସ୍କାର ସହ ସିଲ ଓ ପରାଜୟ ଦଳକୁ 2222 ଟଙ୍କା ପୁରସ୍କାର ସିଲ ପ୍ରଦାନ କରାଯାଇଥିଲା l ଏହି ଟୁର୍ଣ୍ଣାମେଣ୍ଟରେ କୁକୁଡାଖଣ୍ଡି ସ୍ଥାନୀୟ ସରପଂଚ ଅଦଲ ଚେନେୟା,ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର, ସାକା ସୁଜିତ କୁମାର, କେ ମଣି ବାବୁ, ଏ ଧର୍ମା , ଇପିଲି ରୁଷୀୟା, ପନାଡ ସୁବାସ, ବନବାସୀ ପାଢ଼ୀ ଏସ. ଚିନ୍ତା ଉଦଜାପନି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ l ଶଙ୍କର ଗୌଡ଼, ଜିତେନ୍ଦ୍ର ମହାରଣା, ସନ୍ଦେଶ ପଟନାୟକ, ଲିଲୁ, ଅମିତ ଦାସ , ଗୋବିନ୍ଦ ବେହେରା,ପନାଡ଼ ଜଗଦୀଶ, ଏସ ନାରାୟଣ, କିଷାନ ଦୋରା, ଗୁଜୁରି ଚନ୍ଦନ, ବିଜୟ ଦେବ,ନୀଲେସ ଦଳାଇ, ସିମାଞ୍ଚଳ ସାହୁ, ଇଗେନ୍ଦ୍ର, ନକୁଳ ବେହେରା, ମହେଶ, ଶିବରାମ, ସମୀର ବେହେରାଙ୍କ ସମେତ ବହୁ ଉତ୍ସାହୀ ଯୁବକ ଉପସ୍ଥିତ ଥିଲେ।ଏହି ଅବସରରେ ବ୍ୟାଟମିନ୍ଟନ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ଅଞ୍ଚଳରେ ଭାଇଚାର ଓ ଏକତା ଗଡ଼ି ତୋଳିବାରେ ସହାୟକ ହେବବୋଲି ଉଦଘାଟକ ସରପଂଚ ଅଦଲ ଚେନେୟା କହିଛନ୍ତି । ଆଗାମୀ ଦିନରେ କୁକୁଡାଖଣ୍ଡି ପଞ୍ଚାୟତରେ ଅନେକ କ୍ରୀଡା କାର୍ଯ୍ୟକ୍ରମ କରାଯିବ ବୋଲି ସୂଚନା ଦେଇଛନ୍ତି । ତେଣୁ ସ୍ଥାନୀୟ ଯୁବକ ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା ।

Advertisement