Thursday, October 1, 2026
ADVERTISEMENT
Home ଆଞ୍ଚଳିକ ପର୍ଯ୍ୟଟନ ମନ୍ତ୍ରୀଙ୍କ ଦ୍ୱାରା ୨ କୋଟି ୧୩ ଲକ୍ଷ ଟଙ୍କାର ପ୍ରକଳ୍ପ ଉଦଘାଟନ

ପର୍ଯ୍ୟଟନ ମନ୍ତ୍ରୀଙ୍କ ଦ୍ୱାରା ୨ କୋଟି ୧୩ ଲକ୍ଷ ଟଙ୍କାର ପ୍ରକଳ୍ପ ଉଦଘାଟନ

222
ADVERTISEMENT

ମୋହନା,୧୮/୧୨,(ମୋହନ ଗୌଡ଼) : ପାହାଡ଼ ପର୍ବତ ଘେରା ସବୁଜ ବନାନୀର ଗନ୍ତାଘର ହେଉଛି ଗଜପତି ଜିଲ୍ଲା। ଏଠି ଭରି ରହିଛି ପ୍ରାକୃତିକ ସୌନ୍ଧର୍ଯ୍ୟ । ଶୀତଦିନ ଆଗମନରେ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ପିକନିକ୍ ଓ ମଜାମଜଲିସ କରିବାପାଇଁ ଚାଲି ଆସନ୍ତି ଗଜପତି ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ । ସେଥିମଧ୍ୟରୁ ମୋହନା ବ୍ଳକର ଜିରାଙ୍ଗ ନିକଟସ୍ଥ ବୁଦ୍ଧ ମନ୍ଦିର, ପଦ୍ମସମ୍ଭବ ସାଗର ଓ ଖସଡ଼ା ଅନ୍ୟତମ। ଏହି ସ୍ଥାନଗୁଡିକରେ ନିର୍ମାଣ ହୋଇଥିବା ବିଭିନ୍ନ ପ୍ରକଳ୍ପକୁ ଓଡ଼ିଶାର ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଦିନିକିଆ ମୋହନା ବ୍ଲକ ଗ୍ରସ୍ତରେ ଆସି ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵ।ବଧାନରେ ପର୍ଯ୍ୟଟନ ବିଭାଗ ଦ୍ୱାରା ୩୫ ଲକ୍ଷ ଟଙ୍କାରେ ନିର୍ମାଣ କରାଯାଇଥିବା ଖସଡ଼ା ଜଳପ୍ରପାତର ପିକନିକ ପିଣ୍ଡି ,୨୫ ଲକ୍ଷ ଟଙ୍କାରେ ହରଭଙ୍ଗି ଡ୍ୟାମରେ ଶୌଚାଳୟ ଓ ଦର୍ଶକ ଗ୍ୟାଲେରୀ, ଜିରାଙ୍ଗ ବୌଦ୍ଧ ମନ୍ଦିର ପରିସରରେ ରହିଥିବା ଫୁଡ୍ ପାର୍କ ପାଇଁ ୧ କୋଟି ଓ କୁଞ୍ଚିବନ୍ଧ(ପିଆନୋ କି ୱ୍ୱେଲ) ପାଇଁ ୫୨ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଶୁଭ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥିଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ମୋହନା ବିଧାୟକ ଦାଶରଥି ଗମାଙ୍ଗ, ଜିଲ୍ଲାପରିଷଦ ଅଧକ୍ଷା ଅନୀତା ରାଣୀ ବେହେରା , ଜିଲ୍ଲାପାଳ ଅନୁପମ ସାହା, ଭାରପ୍ତ।ପ୍ତ ବିଡିଓ ପ୍ରଦୀପ କୁମାର ନାୟକ, ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ, ଜିଲ୍ଲା ବିଜେଡ଼ି ସଭାପତି ପ୍ରଦୀପ ନାୟକ,ବ୍ଳକ୍ ଅଧକ୍ଷା ସୁକୀ ଶବର,ଛେଳିଗଡ଼ ଡ୍ୟାମ ନିର୍ବାହୀ ଯନ୍ତ୍ରୀ ନଗେନ୍ଦ୍ରନାଥ ମହାରଣା, ବ୍ଳକ ସହକାରୀ ଯନ୍ତ୍ରୀ ଜଗବନ୍ଧୁ ଆଚାର୍ଯ୍ୟଙ୍କ ସମେତ ବ୍ଳକ୍ କର୍ମଚାରୀ ଓ ବହୁ ବିଜେଡ଼ି କର୍ମୀ ଉପସ୍ଥିତ ଥିଲେ ।

Advertisement