Thursday, November 5, 2026
ADVERTISEMENT
Home ଆଞ୍ଚଳିକ ଅଙ୍ଗଦାନ ପାଇଁ ଚୁକ୍ତି କଲେ ମା ଓ ଝିଅ : ସାବାଳିକା ପରେ ଅନ୍ୟ ଝିଅ...

ଅଙ୍ଗଦାନ ପାଇଁ ଚୁକ୍ତି କଲେ ମା ଓ ଝିଅ : ସାବାଳିକା ପରେ ଅନ୍ୟ ଝିଅ ମଧ୍ୟ କରିବେ ଅଙ୍ଗଦାନ -କଳ୍ପଳତା

205
ADVERTISEMENT

କୋଦଳା,୧୮/୧୨,(ସୂର୍ଯ୍ୟନାରାୟଣ ବଡୁ) : ମୃତ୍ୟୁ ପରେ ସମସ୍ତ ଅଙ୍ଗଦାନ କରି ଚର୍ଚ୍ଚା ରେ ବେଗୁନିଆପଡା ଶିଶୁବିଭାଗ ପ୍ରକଳ୍ପ କର୍ମୀ ତଥା ଲେଖିକା(ଚିହ୍ନା ଜହ୍ନ ଅଚିହ୍ନା କଇଁ )ମଧୁସୂଦନ ଦାଶ ସ୍ମୃତି ସମ୍ମାନ,କବିତା କଳ୍ପଳତା ସମ୍ମାନ,ସେଣ୍ଟ୍ରାଲ ହ୍ୟୁମାନ ରାଇଟ୍ସ ସଦସ୍ୟ ବେଗୁନିଆପଡା ଶ୍ରୀମତୀ କଳ୍ପଳତା ମହାପାତ୍ର ଓ ତାଙ୍କ ବଡ଼ ଝିଅ ଇଞ୍ଜିନିଅର (ceat tyre )ସୌମ୍ୟ ସାସ୍ବତୀ ମହାପାତ୍ର! ସ୍ୱତସ୍ପୁର୍ତ୍ତ ଭାବେ ନିଜ ଅଙ୍ଗଦାନ କରିବା ପାଇଁ ଶପଥ ପାଠ କରିଥିବା ଜାଣିବାକୁ ମିଳିଛି ! ତତ ସହିତ ନିଜ ସାନ ଝିଅ ଇଚ୍ଛାସତ୍ୱେ ନାବାଳିକା ଥିବାରୁ ସାବାଳିକା ହେବା ପରେ ଅଙ୍ଗଦାନ କରିବେ ବୋଲି କଳ୍ପଳତା ପ୍ରକାଶ କରିଛନ୍ତି!
ଅଙ୍ଗଦାନ କରୁଥିବା ବ୍ୟକ୍ତି ବୁଝିଥାନ୍ତି ଯେ ମୃତ୍ୟୁ ହୋଇଥିବା ଶରୀରକୁ ପୋଡିଦେଲେ ପାଉଁଶ ହୋଇଥାଏ, କିନ୍ତୁ କିଛି ଲୋକଙ୍କ କର୍ମ ସେମାନଙ୍କୁ ଅମର କରି ରଖିଥାଏ !ଏମିତି ବ୍ୟକ୍ତି ଜୀବଦଶା ଥିବାବେଳେ ଯେମିତି ଲୋକଙ୍କ ପାଇଁ ନିସ୍ଵାର୍ଥପର ସେବା କରିଥାନ୍ତି ଜୀବନ ଚାଲିଗଲା ପରେ ବି ଲୋକଙ୍କ ପାଖରେ କିଛି ଅଧିକ କାର୍ଯ୍ୟ କରି ନିଜର ଛାପ ଛାଡି ଯାଆନ୍ତି । ତେଣୁ ମୃତ୍ୟୁ ପୂର୍ବରୁ ସମ୍ପୂର୍ଣ ଅଙ୍ଗଦାନ କରିବାକୁ ସଂକଳ୍ପ ନେଇଛନ୍ତି କଳ୍ପଲତା ପରିବାର । କଳ୍ପଲତା ନିଜର କାର୍ଯ୍ୟ ସୂଚାରୁ ଭାଲେ ତୁଲାଇ ଲୋକଙ୍କ ବିଶ୍ୱାସ ଭାଜନ ହୋଇପାରିଥିବା ବେଳେ ଲେଖିକା ଓ ରଚୟିତା ଭାବେ ବହୁ ସମ୍ମାନର ଅଧିକାରିଣି ହୋଇ ପାରିଛନ୍ତି ।
ପ୍ରକାଶ ଥାଉ କି ଭାରତ ଶରୀର ଓ ଅଙ୍ଗାଦନ ସମିତିର ଅଧ୍ୟକ୍ଷ୍ୟ ଡକ୍ଟର ପ୍ରଭାସ ଆଚାର୍ଯ୍ୟ ଓ କଳ୍ପଲତାଙ୍କ ବାନ୍ଧବୀ ପ୍ରଭାତି ମଞ୍ଜରୀ ବେହେରାଙ୍କ ପ୍ରେରଣାରେ ସ୍ଵେଛାକୃତ ଅଙ୍ଗଦାନ କରିବାକୁ ନିଷ୍ପତି ନେଇ ଆମ୍ଭେ ମା ଝିଅ ସତ୍ୟପାଠ କଲୁ ଏବଂ ମୋର ଛୋଟ ଝିଅ ନାବାଳିକା ଥିବାରୁ ସାବାଳିକା ହେବା ପରେ ନିଜର ମୃତ୍ୟୁ ପରେ ଅଙ୍ଗଦାନ କରିବାକୁ ନିଷ୍ପତି ନେଇଛି ବୋଲି କଳ୍ପଲତା ମହାପାତ୍ର ଆମ୍ଭ ପ୍ରତିନିଧିଙ୍କୁ ଲିଖିତ ଭାବେ ଜଣାଇଛନ୍ତି।

Advertisement