Friday, November 6, 2026
ADVERTISEMENT
Home ଆଞ୍ଚଳିକ କର୍ଲଭର୍ଟକୁ ପିଟିହୋଇ ଯୁବକ ମୃତ

କର୍ଲଭର୍ଟକୁ ପିଟିହୋଇ ଯୁବକ ମୃତ

196
ADVERTISEMENT

କୁକୁଡାଖଣ୍ଡି,୧୭/୧୨,(ଇ.ରଞ୍ଜନ ) : ସଦର ଥାନା ଅନ୍ତର୍ଗତ ବ୍ରହ୍ମପୁର-ଦିଗପହଣ୍ଡି ମୁଖ୍ୟରାସ୍ତା ବାଘଝରି ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକ ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିବା ଦେଖିବାକୁ ମିଳିଚି I ମିଳିଥିବା ସୂଚନା ମୁତାବକ ନିମଖଣ୍ଡି ଅଞ୍ଚଳର ବୁଡ଼ୁ ଦାସ ଏକ ପ୍ଲାଣ୍ଟିନା ବାଇକ ଯୋଗେ OR07Z2691 ବ୍ରହ୍ମପୁର ଅଭିମୁଖେ ଯିବା ସମୟରେ ମହୁରୀ କାଳୁଆ ଛକ ନିକଟସ୍ଥ ବାଘଝରି ଗ୍ରାମ ଶେଷ ମୁଣ୍ଡରେ ଥିବା ଏକ କର୍ଲଭଟରେ ବେପରୁଆ ଗାଡ଼ି ଚଳାଇ ଧକା ଦେଇଥିଲେ I ଯାହାଫଳରେ ସିଧାସଳଖ ଯୁବକ ଜଣଙ୍କ କର୍ଲଭଟ ତଳକୁ ଖସି ପଡ଼ିଥିଲେ ଘଟଣା ସ୍ଥଳରେ ସଦର ପୋଲିସ ପହଞ୍ଚି ତଦନ୍ତ କରିବା ସହ ମୃତ ଦେହକୁ ଜବତ କରି ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ବଡ଼ଡାକ୍ତର ଖାନା ପଠେଇଥିଲେ I ଏନେଇ 387/20 ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇ ଥିବା ସଦର ଥାନା ଅଧିକାରୀ ସନ୍ତୋଷିନୀ ଓରାମ ସୂଚନା ଦେଇଚନ୍ତି I

Advertisement