ADVERTISEMENT
Home ଆଞ୍ଚଳିକ ସେଲ୍ଫି ନେଲା ବେଳେ ମୃତ

ସେଲ୍ଫି ନେଲା ବେଳେ ମୃତ

184
ADVERTISEMENT

ପାରଳାଖେମୁଣ୍ଡି ,୧୭/୧୨(ପ୍ରଭାତ କୁମାର ପାତ୍ର ) :ପାରଳାଖେମୁଣ୍ଡି ରେଳ ଷ୍ଟେସନ ନିକଟରେ ଘଟିଛି ଅଭାବନୀୟ ଘଟଣା। ପୂର୍ବରୁ ଷ୍ଟେସନ ନିକଟରେ ରହିଥିବା ବଗି ଉପରେ ଚଢ଼ି ଫୋଟ ସୁଟ ନେବା ହେଲା କାଳ। ୩୩ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଳିଗଲେ ଯୁବକ। ମୃତ ଯୁବକ ଜଣକ ହେଉଛନ୍ତି ଗୈାରଚନ୍ଦ୍ର ସାହିର ୧୭ ବର୍ଷୀୟ ସୂର୍ୟକୁମାର। ତିନି ଜଣ ସାଙ୍ଗ ସହ ବୁଲିବାକୁ ଆସିଥିଲେ ଷ୍ଟେସନ ଅଞ୍ଚଳକୁ। ମୃତ ଯୁବକ ଜଣକ ରେଳ ବଗି ଉପରକୁ ଚଢ଼ି ଥିଲେ। ତେବେ ଭୁଲି ଯାଇଥିଲେ ମୁଣ୍ଡ ଉପରେ ବିଦ୍ୟୁତ ତାର ମୃତ୍ୟୁ ନେଇ ଛକି ଥିଲା। ହଠାତ୍ ବିଦ୍ୟୁତ ସଂସ୍ପର୍ଶରେ ଆସିବା ସଙ୍ଗେ ସଙ୍ଗେ ଜଳି ଉଠିଥିଲେ। ହୁହୁ ହୋଇ ନିଆଁ ବଗିରେ ମଧ୍ୟ ଲାଗିଥିଲା। ଖବର ବିଜୁଳି ବେଗରେ ପ୍ରସାରିତ ହୋଇଥିଲା। ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଆୟତ୍ତ କରିଥିଲେ। ତେବେ ବିଦ୍ୟୁତ ସଂଯୋଗ ଛିନ୍ନ କରିବା ପରେ ମୃତ ଶରୀର ଉଦ୍ଧାର କରାଯିବ ବୋଲି କହିଛନ୍ତି ପାରଳାଖେମୁଣ୍ଡି ଆଦର୍ଶ ଥାନା ଆଇଆଇସି।

Advertisement