ବ୍ରହ୍ମପୁର ,୧୭/୧୨(ଇ.ରଞ୍ଜନ) : ରେଶମ ସହର ବ୍ରହ୍ମପୁର ବଡବଜାର ଉପରେ ଲୁଟେରାଙ୍କ ନଜର ରହିଛି ଆଜି ଏକ ଅଭିନଵ ଉପାୟରେ କେଶବ ସୁନା ଦୋକାନୀରେ ଚୋରି କରିଛନ୍ତି l ପୂର୍ବରୁ ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ବଡବଜାର ବିନୋଦ ସୁନା ଅଳଙ୍କାର ଦୋକାନରୁ ଅଳଙ୍କାର ଚୋରି ହୋଇଥିଲା । ଅକ୍ଟୋବର ଶେଷରେ ବ୍ରହ୍ମପୁରରେ ସମାନ ଧରଣରେ ଚୋରି କରିଥିବା ବେଳେ କେଶବ ସୁନା ଦୋକାନରୁ ଗତକାଲି ବିଳମ୍ବିତ ରାତ୍ରରେ ସୁନା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଉକ୍ତ ଦୋକାନର ଛାତ ଉପରେ ଥିବା ଲୁହା କଣା କରି ଦୁର୍ବୁତ୍ତମାନେ ପାଖାପାଖି ଦେଢ ଲକ୍ଷ ଟଙ୍କା ଏବଂ ୪୦୦ ଗ୍ରାମ୍ ସୁନା ଅଳଙ୍କାର ଚୋରି କରିଥିବା ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ବଡବଜାର ପୁଲିସ୍, ବ୍ରହ୍ମପୁର ଏସ୍ପି ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି । ଷ୍ଟ୍ରଙ୍ଗ୍ ରୁମ୍ ରୁ ଚୋରି ହୋଇଥିଲେ । ସେତେବେଳେ ଦୁଇ କିଲୋ ସୁନା ଅଳଙ୍କାର ଚୋରି ହୋଇଥିଲା । ବର୍ତ୍ତମାନ ମଧ୍ୟ ସମାନ ଢଙ୍ଗରେ ଚୋରି ହୋଇଥିବା ଅଭିଯୋଗ କରିଛନ୍ତି ଦୋକାନୀ ମାଲିକ । ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଘଟଣାର ତଦନ୍ତ କରୁଛି । ଘଟଣାର ଛାନଭିନ୍ ଆରମ୍ଭ କରିଛି ପୁଲିସ୍ । ସିସିଟିଭି ଫୁଟେଜ୍ ଆଧାରରେ ପୁଲିସ୍ ତଦନ୍ତ କରୁଥିବା ବେଳେ ପୁରା ତଦନ୍ତ ପରେ ଚୋରିର ରହସ୍ୟ ଜଣାପଡିବ ବୋଲି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ର କହିଛନ୍ତି।



















