ବ୍ରହ୍ମପୁର,୧୭/୧୨(ଇ.ରଞ୍ଜନ) : ବୁଧବାର ଗଞ୍ଜାମ ଜିଲ୍ଲାରେ କଂଗ୍ରେସ ବଜେପି ଦଳର ନେତା କର୍ମୀ ବିଜେଡ଼ିରେ ସାମିଲ l ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଦଳ ଭିତରେ ରହି ଦଳର ନେତା ମାନଙ୍କୁ ଅସନ୍ତୁଷ୍ଟ କରୁଥିବା ପୁରୁଖାନେତା ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିତାଡିତ କରି ଜିଲ୍ଲାକୁ ଲୋକଙ୍କ ଭାବମୂର୍ତ୍ତିକୁ ସ୍ୱଚ୍ଛ କରିବା ପାଇଁ ଜିଲ୍ଲା ବିଜେଡି କାର୍ଯ୍ୟାଳୟ ନିକଟରେ ଏକ ମିଶ୍ରଣ ସଭା ଆୟୋଜିତ ହୋଇଥିଲା । ଏହାକୁ ଜିଲ୍ଲା ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ଅଧ୍ୟକ୍ଷତା କରି ଜାତୀୟ ଦଳରେ ସାମିଲ ଥିବା ନେତା ଓ କର୍ମୀଙ୍କୁ ମିଶ୍ରଣ ପର୍ବ ସଂଯୋଗୀକରଣ କରିଥିଲେ । ଏଥିରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବହୁ କଂଗ୍ରେସ ଏବଂ ବିଜେପିର ନେତା ଓ କର୍ମୀ ବିଜେଡ଼ିରେ ଯୋଗ ଦେଇଥିଲେ। ଏଥିରେ ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ସମ୍ମାନିତ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ରାଜ୍ୟ ବିଜେଡ଼ି ସଂପାଦକ ସୁବାସ ଚନ୍ଦ୍ର ମହାରଣା ଓ ସଂଘମିତ୍ରା ଦଳେଇ ଯୋଗଦେଇଥିଲେ। ବିଜେଡ଼ି ଜଗନ୍ନାଥ ସାବତ, ଟି. ତିରୁପତି, ଯୋଗେନ୍ଦ୍ର ସ୍ୱାଇଁ, ରାଜ୍ୟ ଯୁବ ବିଜେଡ଼ି ସଂପାଦକ ମୁକୁନ୍ଦ ଗୌଡ଼, ଆର୍. ମୂରଲୀ ମୋହନ, ମମତା ବିଷୋୟୀ, ଜ୍ୟୋତ୍ସ୍ନା ପାଢ଼ୀ, ଯୁବ ବିଜେଡ଼ି ଜିଲ୍ଲା ସଭାପତି ଲକ୍ଷ୍ମଣ ଚୌଧୁରୀ, ଛାତ୍ର ବିଜେଡ଼ି ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ମହାନଗର ବିଜେଡ଼ି ସଭାପତି ବିଜୟ ସାମଲ, ଡ. ଭଗବାନ ଗନ୍ତାୟତ, ଟି. ଗୋପୀ, ଅଜିତ କୁମାର ପଣ୍ଡା ପ୍ରମୁଖ ନେତା ମଂଚାସୀନ ଥିଲେ। ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ତରଫରୁ ଉଦୟନାଥ ସ୍ୱାଇଁ, କ୍ରିଷ୍ଣା ରାଓ ସୁବୁଦ୍ଧି, ପ୍ରମୋଦ କୁମାର ପାଣିଗ୍ରାହୀ, ରବି ରାଜୁ ପ୍ରମୁଖ ମଧ୍ୟ ମଂଚାସୀନ ଥିଲେ ।


















