Saturday, November 7, 2026
ADVERTISEMENT
Home ଆଞ୍ଚଳିକ ବ୍ରହ୍ମପୁର ବଡ଼ ମେଡ଼ିକାଲ ଅଧିକ୍ଷକ ଅଫିସ ସାମ୍ନାରେ ଆଟେଣ୍ଡରଙ୍କ ଧାରଣା

ବ୍ରହ୍ମପୁର ବଡ଼ ମେଡ଼ିକାଲ ଅଧିକ୍ଷକ ଅଫିସ ସାମ୍ନାରେ ଆଟେଣ୍ଡରଙ୍କ ଧାରଣା

203
ADVERTISEMENT

ବ୍ରହ୍ମପୁର,୧୬/୧୨(ଋଷିକେଶ ବେହେରା):କୋଭିଡ ସମୟରେ ଆପାତ କାଳୀନ ପରିସ୍ଥିତିରେ ରୋଗୀସେବାରେ ନିୟୋଜିତ ଆଟେଣ୍ଡର ମାନଙ୍କୁ ମେଡ଼ିକାଲ ପ୍ରଶାସନ କରିଛି ଅଣଦେଖା । ଆଜି କାର୍ଯ୍ୟରତ ୨୦୦ ରୁ ଉର୍ଦ୍ଧ ଆଟେଣ୍ଡର ବଡ଼ ମେଡ଼ିକାଲ ଅଧିକ୍ଷକ ଅଫିସ ସମ୍ମୁଖରେ ଦେଇଛନ୍ତି ଧାରଣା । ପୂର୍ବରୁ ଟୁନା ପାଣିଗ୍ରାହୀ ନାମକ ସଂସ୍ଥା ଟେଣ୍ଡର ନେଇଥିଲା ଓ ବୁଝାମଣା ଠିକ୍ ଭାବେ ରହିଥିଲା । ବର୍ତମାନ ଭୁବନେଶ୍ୱରର ଅଭିରାମ କେରଟେକିଂ ନାମକ ସଂସ୍ଥା ନେବା ପରଠୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛୁ ଯେମିତି, ମହିଳା ଆଟେଣ୍ଡର୍ ମାନଙ୍କ ପୋଷାକରେ ତ୍ରୁଟି, ଜାରି କରାଯାଇଥିବା ଆଇ ଡି କାର୍ଡ ରେ ଏମ.କେ.ସି.ଜିର ନାମ ପରିବର୍ତ୍ତେ ଅଭିମନ୍ୟୁ ସଂସ୍ଥାର ନାମ ଲେଖାଯାଇଛି ଏବଂ ୭୦ରୁ ଉର୍ଦ୍ଧ ଆଟେଣ୍ଡର୍ ମାନଙ୍କୁ କାର୍ଯ୍ୟରୁ ନିବୃତ କରିବାର ଅଭିଯୋଗ ଆଣି କହିଛନ୍ତି ଆଟେଣ୍ଡର୍ ମାନଙ୍କ ସୁପର ଭାଇଯର ଶ୍ରୀଯୁକ୍ତ ରଥ । ସଂସ୍ଥାର ନାମ ହିଁ ଆଇ ଡି କାର୍ଡରେ ଲେଖାଯିବ ବୋଲି ଅଭିରାମ କେରଟେକିଂ ପାର୍ଟନେର ରୂପକ ବିହାର କହିଛନ୍ତି ।ସେମାନଙ୍କ ବିଭିନ୍ନ ସମସ୍ୟା ଟେଣ୍ଡର ନେଇଥିବା ସଂସ୍ଥାର ଦାୟିତ୍ଵ, ନିଯୁକ୍ତି , ଛଟେଇ ସଂପୂର୍ଣ୍ଣ ଥାର୍ଡ ପାର୍ଟିର ଏବଂ ମାମଲାକୁ ଆଲୋଚନା ମାଧ୍ୟମରେ ସମାଧାନ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ବଡ ଡାକ୍ତରଖାନା ଅଧିକ୍ଷକ ସନ୍ତୋଷ କୁମାର ମିଶ୍ର ।

Advertisement