କୁକୁଡ଼ାଖଣ୍ଡି,୧୬/୧୨(ଇ.ରଞ୍ଜନ) :ଆଙ୍କୁଶପୁର ସଦରଥାନା ଏବଂ ବୁଡିଘୋରା ମଧ୍ଯଭାଗରେ ଆଜି ମାଧ୍ୟାନ୍ନ ସମୟରେ ଏକ ଦୃଘଟଣା ଘଟିଛି l ଏଥିରେ ଦୁଇ ଯୁବକ ଆହାତ ହୋଇଛନ୍ତି, ଯୁବକ ମାନେ ରତ୍ନପୁର ଗ୍ରାମର ତଫାନଦାସ ବୟସ ପ୍ରାୟ( 23)ରୁଦ୍ରଦାସ(21) ଦୁଇଯୁବକ ହୋଣ୍ଡା ସାଇନ ବାଇକ ନଂଓଡି0୭ଏଏଫ 8729 ଗାଡିରେ କୁକୁଡାଖଣ୍ଡି ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରେଇ ରାସ୍ତା ପାର୍ଶ୍ୱରେ ଥିବା ଇଟା ନିର୍ମିତ ଉଚାସ୍ଥାନ କୁ ଧକ୍କା ଦେବା ଫଳରେ ଉଭୟ ଆହାତ ହୋଇଥିଲେ l ଘଟଣାସ୍ଥଳ ରେ ରହି ସୁରକ୍ଷା ଦାୟିତ୍ୱ ଥିବା ପୋଲିସ କୁ ଫୋନ ଯୋଗାଯୋଗ କରିବାରୁ ଫୋନ କଲ ଗ୍ରହଣ କରିନଥିବା ଅଭିଯୋଗ ହଇଛି l ସେହି ମାର୍ଗରେ ଯାଉଥିବା ବାବୁଲା ସାହୁ ନାମକ ଯୁବକ ଆହାତ ଯୁବକକୁ ସହଯୋଗ କରିବା ପାଇଁ ସେହି ଅଞ୍ଚଳର ଯୁବକଙ୍କୁ ନେଇ ଆମ୍ବୁଲାନ୍ସକୁ ଯୋଗାଯୋଗ କରି ଆହାତଯୁବକଙ୍କ ପରିବାର ବର୍ଗଙ୍କ ସହଯୋଗରେ ମେଡିକାଲକୁ ସ୍ଥାନାନ୍ତର କରିଥିଲେ l



















