Friday, November 6, 2026
ADVERTISEMENT
Home ଆଞ୍ଚଳିକ ଦକ୍ଷିଣପୁର ଧାନମଣ୍ଡିକୁ ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ୱାରା ଉଦ୍ଘାଟନ

ଦକ୍ଷିଣପୁର ଧାନମଣ୍ଡିକୁ ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ୱାରା ଉଦ୍ଘାଟନ

177
ADVERTISEMENT

ଗଞ୍ଜାମ,୧୬/୧୨(ଇ.ରଞ୍ଜନ) : କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଦକ୍ଷିଣପୁର ସେବା ସମବାୟ ସମିତି ପକ୍ଷରୁ ଆୟୋଜିତ କାର୍ଯ୍ୟାଳୟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚଳିତ ବର୍ଷ ଚାଷୀଙ୍କ ଧାନବିକ୍ରୟ ହେବାକୁ ଥିବା ମଣ୍ଡିର ଶୁଭାରମ୍ଭ କରିଛନ୍ତି । ଚାଷୀଙ୍କ କଷ୍ଟଅର୍ଜିତ ଧାନ ବିକ୍ରୟ ପାଇଁ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଏହାକୁ ସଫଳ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଆଜି କୁକୁଡାଖଣ୍ଡି ବ୍ଲକର ଦକ୍ଷିଣପୁରର ପ୍ରଥମ ଟୋକେନଧାରୀ ଚାଷୀ ଅରକ୍ଷିତ ଗୌଡ଼ ନାମକ ଜଣେ ଚାଷିଙ୍କୁ ଚକ୍ଷୁ ବାୟୋମେଟ୍ରିକ ଯନ୍ତ୍ରଦ୍ୱାରା ପଞ୍ଜିକରଣ କରାଯାଇ ତାଙ୍କ ଠାରୁ ୧୮୬୮ଟଙ୍କା ଦରରେ ୫୦ କୁଇଣ୍ଟାଲ ଧାନ ସେବା ସମବାୟ ସମିତି କାର୍ଯ୍ୟାଳୟ ରାଜ୍ୟ ସରକାରଙ୍କ ନୂତନ ଧାନ କ୍ରୟନୀତି ଅନୁଯାୟୀ କ୍ରୟ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସଂମ୍ମାନିତ ଅତିଥି ରୂପେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ  ସିନ୍ଧେ ଦତାତ୍ରେୟ ଭାଉ ସାହେବ ,କୁକୁଡ଼ାଖଣ୍ଡି ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର, ବିଡିଓ ଗଦାଧର ପାତ୍ର, ବ୍ଲକ ଯୋଗାଣ ଅଧିକାରୀ ଜି.ପ୍ରଶାନ୍ତ କୁମାର ରାଓ,ଏଆରସିଏସ୍ଓ ଶିବ ପ୍ରସାଦ ସ୍ୱାଇଁ, ଚିଫ୍ ସିଏସ୍ଓ ,ସହକାରୀ କୃଷି ଅଧିକାରୀ ବିଶ୍ୱରଞ୍ଜନ ବେହେରା,ଭବାନୀ,ଦକ୍ଷିଣପୁର ସେବା ସମବାୟ ସମିତି ସଭାପତି ସନ୍ତୋଷ କୁମାର ଚୌଧୁରୀ, ସୁଧୀର ରାଉତ,ଦକ୍ଷିଣପୁର ସରପଞ୍ଚ ବିଷ୍ଣୁପ୍ରିୟା ପାତ୍ର, ସମେତ ଉପସ୍ଥିତ ଥିଲେ।

Advertisement