ନୂଆଦିଲ୍ଲୀରେ ବିଜେପିର ଆଜିଠାରୁ ସାଂସଦଙ୍କ ୨ ଦିନିଆ ତାଲିମ କାର୍ଯ୍ୟକ୍ରମ ‘ଅଭ୍ୟାସ ବର୍ଗ’,ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦୀ

430
ADVERTISEMENT

ନୂଆଦିଲ୍ଲୀ,୦୩/୦୮ ଏଜେନସି : ବିଜେପି ଦେଶର ସବୁଠାରୁ ବଡ଼ ରାଜନୈତିକ ଦଳଭାବେ ପରିଚିତ ହୋଇଛି । ଏହାର ଲୋକସଭା ଏବଂ ରାଜ୍ୟସଭା ସାଂସଦମାନଙ୍କୁ ପ୍ରଶିକ୍ଷଣ ଦେବାଲାଗି ଦଳ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏଥିପାଇଁ ଆଜିଠାରୁ ୨ ଦିନିଆ ତାଲିମ କାର୍ଯ୍ୟକ୍ରମ ‘ଅଭ୍ୟାସ ବର୍ଗ’ ଅନୁଷ୍ଠିତ ହେଉଛି । ନୂଆଦିଲ୍ଲୀ ସ୍ଥିତ ସଂସଦ ପାଠାଗାର ପରିସରରେ ଏହା ଆୟୋଜିତ ହେଉଥିବା ଜଣାଯାଇଛି । ଏହି ୨ ଦିନିଆ ତାଲିମ କାର୍ଯ୍ୟକ୍ରମ ‘ଅଭ୍ୟାସ ବର୍ଗ’ରେ ବିଜେପିର ଉଭୟ ଲୋକସଭା ଓ ରାଜ୍ୟସଭା ସାଂସଦ ଯୋଗଦେବେ । ତେବେ ଯେଉଁମାନେ କୌଣସି ବିଶେଷ କାମରେ ନିୟୋଜିତ ଅଛନ୍ତି ସେମାନେ ଏଥିରେ ଯୋଗ ଦେଇ ନ ପାରନ୍ତି । ଏହି ‘ଅଭ୍ୟାସ ବର୍ଗ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରମୁଖ ଉପସ୍ଥିତ ରହିବେ ବୋଲି କୁହାଯାଉଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ ବୋଲି ଜଣାପଡ଼ିଛି ।ବିଶେଷ କରି ଦଳର ସଂଗଠନ ଏବଂ ସାଂସଦମାନଙ୍କର ଆଚାର ବ୍ୟବହାର ଉପରେ ଆଲୋଚନା କରାଯିବାର ସମ୍ଭାବନା ରହିଛି।

Advertisement