କେନ୍ଦୁଝର,୧୫/୧୨(ଡି. ଏଚ ବ୍ୟୁରୋ):କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ କତରାପାଲି ଗାଁ ଗାନ୍ଧୀ ଛକ ନିକଟରେ ବାଇକ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା I ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର । ମୃତକ ଜଣକ ହେଲେ କାଳିଆପାଣି ଗାଁର ହାଡିବନ୍ଧୁ ନାୟକ । ସମସ୍ତ ଗୁରୁତରଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ସେହିଭଳି କେନ୍ଦ୍ରପଡା ଜିଲ୍ଲା ବଡପଡା ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍ । ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ । ମୃତକ ହେଲେ ରାମଚନ୍ଦ୍ରପୁର ଗାଁର କୁନା ସାମଲ ।


















