ଭୂବନେଶ୍ୱର,୧୪/୧୨ (ଡି.ଏଚ ବ୍ୟୁରୋ) :ସୂଚନା ଅଧିକାର କର୍ମୀ ରଞ୍ଜନ କୁମାର ଦାସ ହତ୍ୟା ଘଟଣାରେ RTI କର୍ମୀଙ୍କ ନବୀନ ନିବାସ ଘେରାଉ । ମାଷ୍ଟର କ୍ୟାଣ୍ଟିନ ଛକରୁ ଶତାଧିକ RTI କର୍ମୀ ନବୀନ ନିବାସ ଅଭିମୁଖେ ବାହାରି ବ୍ୟାରିକେଡ ଭାଙ୍ଗିବା ଉଦ୍ୟମ ବେଳେ ପୋଲିସ ସହ ଧସ୍ତାଧସ୍ତି । ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ପ୍ରରୋଚନାରେ ପୋଲିସ କେନ୍ଦ୍ରାପଡ଼ା ସୂଚନା ଅଧିକାର କର୍ମୀ ରଞ୍ଜନ କୁମାର ଦାସ ହତ୍ୟାକାଣ୍ଡକୁ ଦୁର୍ଘଟଣାର ରୂପ ଦେଇଥିବା ଅଭିଯୋଗ କରିଛନ୍ତି ସୂଚନା ଅଧିକାର କର୍ମୀ । ତେବେ ଏ ପ୍ରସଙ୍ଗରେ ବିଧାୟକ ଅତନୁ ସବ୍ୟସାଚୀଙ୍କ ପ୍ରତିକ୍ରିୟା ମିଳିନ ଥିବା ସୂଚନା ।


















