ADVERTISEMENT
Home ଆଞ୍ଚଳିକ ଗଜପତି ଜିଲ୍ଲା ମୋହନା ବ୍ଲକ ଚନ୍ଦ୍ରଗିରି ଗ୍ରାମ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକର...

ଗଜପତି ଜିଲ୍ଲା ମୋହନା ବ୍ଲକ ଚନ୍ଦ୍ରଗିରି ଗ୍ରାମ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକର ଉଦ୍ଘାଟନ କଲେ ଗଜପତି ଜିଲ୍ଲାପାଳ ଅନୁପମ ଶାହା

205
ADVERTISEMENT

ଗଜପତି,୧୪/୧୨(ମୋହନ ଗୌଡ଼):ଗଜପତି ଜିଲ୍ଲା ମୋହନା ବ୍ଲକ୍ ଚନ୍ଦ୍ରଗିରି ଗ୍ରାମପଞ୍ଚାୟତର ସରପଞ୍ଚ ନର୍ମଦା ଦଳାଇଙ୍କ ଅନୁରୋଧ ରକ୍ଷା କରି ଚନ୍ଦ୍ରଗିରି ପଞ୍ଚାୟତ ଗସ୍ତ କରିଥିଲେ ଜିଲ୍ଲାପାଳ ଅନୁପମ ଶାହା ।ଗସ୍ତ କରି ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟଗୁଡିକର ଶୁଭ ଉଦ୍ଘାଟନ କରିଥିଲେ । କାର୍ଯ୍ୟ ଗୁଡିକ ବୁଲି ଦେଖିବା ସହ ବେଶ୍ ଖୁସି ବ୍ୟକ୍ତ କରିଥିଲେ । ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକ ମଧ୍ୟରେ ପଞ୍ଚାୟତ କାର୍ଯ୍ୟାଳୟ ପରିସର ମଧ୍ୟରେ ନୂତନ ଭାବେ ନିର୍ମାଣ କରାଯାଇଥିବା ସରପଞ୍ଚ କାର୍ଯ୍ୟାଳୟ, ପି ଇ ଓ ଙ୍କ ବାସଗୃହ ଏବଂ ଅତିରିକ୍ତ ଗୃହକୁ ଉଦ୍ଘାଟନ କରିଥିଲେ ।ଲୋକଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିବା ସହ ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ମଧ୍ୟ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ମୋହନା ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ଜଗବନ୍ଧୁ ଆଚାର୍ଯ୍ୟଙ୍କ ସମେତ ପଞ୍ଚାୟତର ସମସ୍ତ କର୍ମକର୍ତ୍ତା, ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଉପସ୍ଥିତ ଥିଲେ ।

Advertisement