ବ୍ରହ୍ମପୁର,୧୩ /୧୨(ଡ଼ି.ଏଚ/ବ୍ୟୁରୋ) : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଷଣ୍ଢମୂଳ ଗ୍ରାମର ଭୁଜବଳ ସାହିର ପାଞ୍ଚ ବର୍ଷର ଝିଅ ମାମା ନାୟକ । ଦୁର୍ବଳ ଶରୀର ସହିତ ତାର ପେଟକୁ ଲାଗି ବାହାରେ ବଢୁଛି ଏକ ମାଂସ ପିଣ୍ଡୁଳା । ନିଜେ କଷ୍ଟ ସହିସହି ପଥର ହୋଇଗଲାଣି ସିନା ଦୁଃଖକୁ ନିଜ ମନ ଭିତରେ ଚାପି ରଖିଛି ସେ । ମାମାର ବାବା ନିରଞ୍ଜନ ନାୟକ ୧୦ ବର୍ଷ ପୂର୍ବେ ବେଗୁନିଆପଡା ବ୍ଲକ ଅନ୍ତର୍ଗତ କେ.ବରିଡା ପଂଚାୟତର ଝୁମୁରି ନାୟକଙ୍କୁ ବିବାହ କରିଥିଲେ । ବଡ ଝିଅ ‘ଶିବାନୀ’ ପରେ ‘ମାମା’ ଜନ୍ମ ହୋଇଥିଲା । ତୃତୀୟ ସନ୍ତାନ ଭାବେ ‘ରୁପମ’ ଜନ୍ମ ନେଇଥିଲା । ମାମା ଜନ୍ମ ବେଳେ ତାର ପେଟରେ ଏକ ଛୋଟ ଆବୁ ଦେଖାଦେଇଥିଲା । କାଳକ୍ରମେ ତାହା ବଡ ହୋଇ ଚାଲିଥିଲା କିନ୍ତୁ ତାଙ୍କର ଅର୍ଥ ଅଭାବରୁ ପରିବାର ଲୋକେ ମାମାର ଚିକତ୍ସା କରିପାରିନଥିଲେ । ବର୍ଷ ପରେ ବର୍ଷ ବିତି ବର୍ତ୍ତମାନ ମାମାକୁ ୫ ବର୍ଷ ବୟସ ଚାଲିଛି । ତିନି ବର୍ଷ ପୂର୍ବେ ସ୍ୱତନ୍ତ୍ର ମେଡିକାଲ ପ୍ରତିନିଧି ଆସି ତାକୁ ଚିକତ୍ସା ପାଇଁ କହିଥିଲେବି ତାହା ସମ୍ପୂର୍ଣ୍ଣ କରିନଥିଲେ । ଦୁଇ ବର୍ଷ ପୂର୍ବେ ବାପା ନିରଞ୍ଜନ କୁଆଡେ ଯାଇଛନ୍ତିଯେ ତାଙ୍କର ଖୋଜ ଖବର ନାହିଁ । ବଡ ଝିଅ ଶିବାନୀ ଷଷ୍ଠ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ସାନ ପୁଅକୁ ତିନି ବର୍ଷ l
ମାମା ବିଦ୍ୟାଳୟ ଯିବା ବୟସ ହୋଇଥିଲେବି ଏହି ମାଂସ ପିଣ୍ଡୁଳାକୁ ବୋହି ଚାଲିପାରିବା ତା ପାଇଁ କଷ୍ଟସାଧ୍ୟ ହୋଇପଡିଛି l ଝୁମୁରିଙ୍କ ପରିବାର ସମ୍ପୂର୍ଣ୍ଣ ଗରିବ ଶ୍ରେଣୀର ହୋଇଥିବା ବେଳେ ରୋଜଗାର ବିନା ଚାରି ପ୍ରାଣୀ ଚଳିବା ବହୁତ କଷ୍ଟ ହୋଇପଡୁଛି l ବାପା ଘରୁ ଖାଇବା ପାଇଁ ଚାଉଳ ଆଣି କଷ୍ଟେମଷ୍ଟେ ବଞ୍ଚୁଛନ୍ତି ସିନା ପେଟର ଭୋକ ମରୁନି l ପିଲା ମାନେ ଭୋକରେ କାନ୍ଦିଲେ ମା ଝୁମୁରି ଆଖିରୁ ଦୁଇ ଟୋପା ଲୁହ ଗଡ଼ାଇ ନିଜ ଭାଗ୍ୟକୁ ନିନ୍ଦୁଛନ୍ତି l ୫ ହାତର ଘର ଉପରେ ଆଜବେଷ୍ଟସ ପଡିଛି ସିନା ଚଟାଣ ମାଟି ଲିପା ହୋଇଛି l ଝୁମୁରିଙ୍କର ଗୋଟିଏ ଝିଅର ନାମ ଶଶୁରଙ୍କ ଜଏଣ୍ଟ ରାସନ କାର୍ଡରେ ଥିବା ବେଳେ ଆଉ ଦୁଇଟି ପିଲାଙ୍କ ନାମ କାର୍ଡରେ ସଂଯୋଗ ହୋଇନାହିଁ l ସେପଟେ ମାମାର କଷ୍ଟ ଦେଖି ମା ଅସହ୍ୟ କଷ୍ଟ ପାଉଥିଲେବି ପିଲାର ଚିକତ୍ସା ପାଇଁ ଅର୍ଥର ଅଭାବ ତାଙ୍କ ପାଇଁ ବିରାଟ ଚିନ୍ତାର ପାହାଡ ଠିଆ କରିଛି l ଗତ ଅକ୍ଟୋବର ୧୪ରିଖ ବୁଧବାର ଦିନ ଏହି ଖବର ଜୟ ଜଗନ୍ନାଥ ଗ୍ରୁପ୍ ଓଡିଶା ଚାରିଟେବୁଲ ଟ୍ରଷ୍ଟ୍ ପାଇଥିଲା । ଭିଡିଓ କଲ୍ ମାଧ୍ୟମରେ ମଧ୍ୟ ଅନେକ ସମୟ କଥା ହୋଇଥିଲୁ । କଟକ ଆଣିବା ପାଇଁ ୪ହଜାର ଟଙ୍କା ଆର୍ଥିକ ସହାୟତା ମଧ୍ୟ କରିଥିଲୁ । କିନ୍ତୁ ସେ ସମୟରେ ବିଡ଼ିଓ , ତହସିଲଦାର , ସରପଞ୍ଚ ମଧ୍ୟ କଥା ଦେଇଥିଲେ ସମସ୍ତ ସରକାରୀ ସହାୟତା ତାଙ୍କୁ ଯୋଗାଇ ଦିଆଯିବ । ଏମିତିରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲ ବି ନେଇଥିଲେ ତହସିଲଦାର କିନ୍ତୁ ଠିକ୍ ସମୟରେ ସବୁ ପୁଣି ଚୁପ୍ ହୋଇଗଲେ । ଏବେ ସେ ସେଇ ଯନ୍ତ୍ରଣା ରେ ଛଟ ପଟ। ଅନୁରୋଧ ଗଂଜାମ ବ୍ରହ୍ମପୁର ର ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମାମା ପାଖରେ ପହଞ୍ଚି ଖବରଟିକୁ ଲୋକଲୋଚନକୁ ଆଣିବା ସହ ସ୍ୱାସ୍ଥ୍ୟ ବିଭାଗ ଓ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାନ୍ତୁ ।


















