ADVERTISEMENT
Home ଆଞ୍ଚଳିକ ଉଚ୍ଚତମ ନ୍ୟାୟାଳୟର ବିଚାରପତିଙ୍କ ଦ୍ଵାରା ମୋହନାରେ ନୂତନ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତର ଶୁଭ...

ଉଚ୍ଚତମ ନ୍ୟାୟାଳୟର ବିଚାରପତିଙ୍କ ଦ୍ଵାରା ମୋହନାରେ ନୂତନ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତର ଶୁଭ ଉଦ୍ଘାଟନ

218
ADVERTISEMENT

ମୋହନା,୧୩ /୧୨(ମୋହନ ଗୌଡ଼) : ଗଜପତି ଜିଲ୍ଲା ମୋହନା ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ପ୍ରାୟ ୪କୋଟି ୬୩ ଲକ୍ଷ ୨୬ ହଜାର ଟଙ୍କାରେ ନିର୍ମାଣ ହୋଇଥିବା ନୂତନ କୋ ଠାକୁ ଓଡ଼ିଶାର ଉଚ୍ଚତମ ନ୍ୟାୟାଳୟର ବିଚାରପତିଙ୍କ ଦ୍ଵାରା ଉଦ୍ଘାଟନ ହୋଇଯାଇଛି ।ଶନିବାର ଅପରାହ୍ନ ପ୍ରାୟ ୨, ୩୦ରେ ଉଚ୍ଚତମ ନ୍ୟାୟାଳୟର ବିଚାରପତି ସଞ୍ଜିବ କୁମାର ପାଣିଗ୍ରାହୀ ନୂତନ କୋଠାକୁ ଉଦ୍ଘାଟନ କରିବା ସହ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀକୁ ଉନ୍ଡ୍ରୋଚନ କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ତତସହିତ କୋର୍ଟ ପରିସରରେ ଉସ୍ତ ଓ ବଟ ଚାରା ରୋପଣ କରିଥିଲେ । ସଭାଗୃହରେ ଉପସ୍ଥିତ ଥିବା ଅତିଥିମାନଙ୍କୁ ନିଜ ବକ୍ତବ୍ୟରେ ସାଧାରଣ ଜନତାଙ୍କ ସମସ୍ୟା ବୁଝିବା ଏବଂ ସେଗୁଡିକର ସମାଧାନ କରିବା, ପ୍ରତିକ୍ଷାଳୟର ଆବଶ୍ୟକତା,ସେବା ମନୋବୃତ୍ତି ନେଇ କାର୍ଯ୍ୟ କରିବା ଆଦି ସଂପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଦୌରାଜର୍ଜ ବିଶ୍ଵଜିତ ଦାଶ, ରେଜିଷ୍ଟାର ଶୁଭଶ୍ରୀ ପ୍ରଧାନ, ରା ଉଦୟଗିରି ସବଜର୍ଜ ବିଶେଶ୍ୱର ବିଶ୍ୱପ୍ରକାଶ ରାଓ ,ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକ, ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ମୋହନା ଜେଏମଏଫସିର ଭାରପ୍ତାପ୍ତ ବିଚାରପତି ବନିଲ କୁମାର ଖଟେଇ, ମୋହନା ବ୍ଳକର ଅତିରିକ୍ତ ଦାୟିତ୍ଵରେ ରହିଥିବା ରାଉଦୟଗିରି ବିଡ଼ିଓ ପ୍ରଦୀପ ନାୟକ, ତହସିଲଦାର କଲ୍ୟାଣୀ ସଙ୍ଘ ମିତ୍ରା ଦେବୀ, ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଧର ନାୟକ, ନବ ନିର୍ବାଚିତ ଓକିଲ ସଂଘ ସଭାପତି ରବିନ୍ଦ୍ର କୁମାର ନାୟକ,ସଂପାଦକ ଶୁସାନ୍ତ କୁମାର ମଲ୍ଲିକ, ବରିଷ୍ଠ ଓକିଲ ସୁଦର୍ଶନ ସାହୁ, ସୀମାଞ୍ଚଳ କାର୍ଯୀ,ରାଜେନ୍ଦ୍ର କୁମାର ନାୟକ, ସନ୍ତୋଷ ପାଢୀ, ଜିତେନ୍ଦ୍ର କୁମାର ରଥ, ପଦ୍ମନାଭ ପତି, ବିଳାସ ନାୟକ, ପ୍ରଭାତ ପାତ୍ର, ଜନାଥମ ଲିମା, ଭାସ୍କର ନାୟକ, ନରେଶ ବିସ୍ତ୍ରରାୟ, ହନି ବିଷୋୟୀ, ସରକାରୀ ଓକିଲ ବୈଦ୍ୟନାଥ ସିଂ, ସାମ୍ବାଦିକ ବନ୍ଧୁଙ୍କ ସମେତ କୋର୍ଟ କର୍ମଚାରୀମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ ସ୍ଥାନୀୟ ତହସିଲଦାର କଲ୍ୟାଣୀ ସଙ୍ଘ ମିତ୍ରା ଦେବୀ ।

Advertisement