Thursday, November 5, 2026
ADVERTISEMENT
Home ମୁଖ୍ୟ ଖବର ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲ ୩୯୩ କରୋନା ରୋଗୀ ଚିହ୍ନଟ, ଆଖି ବୁଜିଲେ ୫

ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲ ୩୯୩ କରୋନା ରୋଗୀ ଚିହ୍ନଟ, ଆଖି ବୁଜିଲେ ୫

192
ADVERTISEMENT

ଭୁବନେଶ୍ବର,୧୩ /୧୨(ଡ଼ି.ଏଚ/ବ୍ୟୁରୋ) : ଗତ ୨୪ ଘଣ୍ଟା ମଧ୍ୟରେ ୨୭ ଜିଲ୍ଲାରୁ ୩୯୩ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ ସେଣ୍ଟରରୁ ୩୯୩ ରୋଗୀ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ ୧୬୫ ରହିଛି। ସେହିପରି ଦିନକରେ ୫ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ଆଜି ଅନୁଗୁଳରେ ସର୍ବାଧିକ ୪୭ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡରୁ ୪୪ ଓ  ଖୋର୍ଦ୍ଧାରୁ ୩୯ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ବାକି ୨୪ ଜିଲ୍ଲାରୁ ଚିହ୍ନଟ ହୋଇଥିବା ରୋଗୀ ସଂଖ୍ୟା ୩୦ ତଳେ ରହିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨୩୭୫୭ ଥିବାବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୩୧୮୬୮୩। ବର୍ତ୍ତମାନ ଆକ୍ଟିଭ କେସ ଅଛି ୩୨୧୪।

Advertisement