Thursday, November 5, 2026
ADVERTISEMENT
Home ମୁଖ୍ୟ ଖବର ପୁଣି ଶିଶୁକନ୍ୟା ନିଖୋଜ ନୟାଗଡ଼ ଗାଁ ଦାଣ୍ଡରେ

ପୁଣି ଶିଶୁକନ୍ୟା ନିଖୋଜ ନୟାଗଡ଼ ଗାଁ ଦାଣ୍ଡରେ

200
ADVERTISEMENT

ରଣପୁର,୧୨/୧୨(ଡ଼ି.ଏଚ/ବ୍ୟୁରୋ) : ନୟାଗଡ଼ ଜିଲ୍ଲାରୁ ପୁଣି ଜଣେ ଶିଶୁକନ୍ୟା ନିଖୋଜ ହୋଇଥିବାର ଅଭିଯୋଗ ହୋଇଛି। ଏନେଇ ଥାନାରେ ଏତଲା ବି ଦିଆଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକ୍ ଅନ୍ତର୍ଗତ ଦଧିପାଟଣା ଗାଁର ସଞ୍ଜୟ କୁମାର ସାହୁଙ୍କ ତିନି ବର୍ଷର ଝିଅ ହରପ୍ରିୟା ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇଛି। ଏନେଇ ସୁନାଖଳା ଫାଣ୍ଡିରେ ଗତକାଲି ଏତଲା ଦେଇଥିଲେ । ସଞ୍ଜୟ କୁମାର ସାହୁଙ୍କ ଅଭିଯୋଗ ଅନୁଯାୟୀ, ଗତକାଲି ଅପରାହ୍ନ ୨ଟା ବେଳେ ହରପ୍ରିୟା ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇଛି। ଅଭିଯୋଗ ମିଳିବା ପରେ ପୁଲିସ୍‌, ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍ଟ ଟିମ୍ ଗାଁରେ ଥିବା ତିନିଟି ପୋଖରୀ ଓ ନିକଟସ୍ଥ ଜଙ୍ଗଲ ଖୋଜାଖୋଜି କରିଥିଲେ। ମାତ୍ର କେଉଁଠାରେ ହରପ୍ରିୟାଙ୍କ ପତ୍ତା ମିଳି ନଥିବା ଜଣାଯାଇଛି। ଏବେ ରଣପୁର ଥାନା ଆଇଆଇସି ଜ୍ୟୋତି ପ୍ରକାଶ ପଣ୍ଡା ଦଧିପାଟଣା ଗାଁରେ ତଲାଶ ଜାରିରଖିଛନ୍ତି ।

Advertisement