Saturday, November 7, 2026
ADVERTISEMENT
Home ରାଜ୍ୟ ଆଠଗଡ଼ କୋରଙ୍ଗ ଗ୍ରାମରେ ଅବକାରୀ ବିଭାଗର ଚଢ଼ଉ; ୭ ହଜାର ୫ ଶହ ଲିଟର ‌ଗୁଡ଼ପୋଚ...

ଆଠଗଡ଼ କୋରଙ୍ଗ ଗ୍ରାମରେ ଅବକାରୀ ବିଭାଗର ଚଢ଼ଉ; ୭ ହଜାର ୫ ଶହ ଲିଟର ‌ଗୁଡ଼ପୋଚ ଓ ୧୫ ଲିଟର ଦେଶୀ ମଦ ଜବତ

168
ADVERTISEMENT

କଟକ,୧୧/୧୨(ଡ଼ି.ଏଚ/ବ୍ୟୁରୋ) : କଟକ ଜିଲ୍ଲାର ଆଠଗଡ଼ ଥାନା ଅନ୍ତର୍ଗତ କୋରଙ୍ଗ ଗ୍ରାମ ପାର୍ଶ୍ବରେ ଜିଲ୍ଲାପାଳ ଓ ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମ‌େ ଚଢ଼ଉ କରାଯାଇ ୧୫ ଲିଟର ଦେଶୀ ମଦ ଜବତ ହୋଇଥିବା ଜଣାଯାଇଛି। କଟକ ଅବକାରୀ ବିଭାଗ, ଆଠଗଡ଼ ଅବକାରୀ ବିଭ‌ାଗର ଓ ଆଠଗଡ଼ ପୁଲିସର ମିଳିତ ଉଦ୍ୟମରେ ଚଢ଼ଉ କରାଯାଇଥିଲା। ଏଥିରେ ୭ ହଜାର ୫ ଶହ ଲିଟର ‌ଗୁଡ଼ପୋଚ ଓ ୧୫ ଲିଟର ଦେଶୀ ମଦ ଜବତ କରାଯାଇଥିଲା। ଏଥିସହ ଜଣଙ୍କୁ ଗିରଫ କରାଯାଇଛି। ଏଥିନେଇ ଅଧିକ ତଦନ୍ତ ଜାରି ରହିଛି।

Advertisement