Thursday, November 12, 2026
ADVERTISEMENT
Home ଆଞ୍ଚଳିକ ଗୁରୁଣ୍ଠି ପଞ୍ଚାୟତରେ ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ

ଗୁରୁଣ୍ଠି ପଞ୍ଚାୟତରେ ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ

155
ADVERTISEMENT

କୁକୁଡାଖଣ୍ଡି,୧୧/୧୨(ଇ.ରଞ୍ଜନ) :’ମୋ ଗାଁରେ ତହସିଲ’ କାର୍ଯ୍ୟକ୍ରମ କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଗୁରୁଣ୍ଠି ପଞ୍ଚାୟତ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ସ୍ଥାନୀୟ ତହସିଲଦାର ଡ଼. ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ଉପସ୍ଥିତରେ ଆୟୋଜିତ କାର୍ଯ୍ୟକ୍ରମରେ 114 ଜଣଙ୍କୁ ଗ୍ରାମ କଣ୍ଟକ ପଟ୍ଟା, 26 ଜଣ ବ୍ୟକ୍ତିଙ୍କୁ ବିବିଧ ପ୍ରମାଣ ପତ୍ର,କାର୍ଯ୍ୟକ୍ରମ ସମୟରେ ହିଁ 17 ଜଣଙ୍କ ମାମଲା ସମାଧାନ କରାଯାଇଥିଲା । 20208 ଟଙ୍କା କିସମ ପରିବର୍ତ୍ତନ ନିମନ୍ତେ ଧାର୍ଯ୍ୟ ରାଶି ଆଦାୟ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ କରୋନା କଟକଣା ନିୟମକୁ ପାଳନ କରି ଶତାଧିକ ଲୋକ ଉପସ୍ଥିତ ଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ସୁପରଭାଇଜର ସୁବାଷ କୁମାର ନାୟକ, ରାଜସ୍ବ ନିରୀକ୍ଷକ ସୁଜ୍ଞାନୀ ସେଠି,ଶାନ୍ତିଲତା ସାହୁ,ସରିତା କୁମାରି ସାହୁ,ବିଜୟଲଷ୍ମୀ ନାୟକ ଏବଂ ସନ୍ତୋଷ କୁମାର ଶତପଥୀଙ୍କ ସମେତ ରାଜସ୍ବ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Advertisement