ଗଜପତି,୧୧/୧୨(ପ୍ରଭାତ ପାତ୍ର ) : ବ୍ରହ୍ମପୁର କୋପରେଟିଭ ବ୍ୟାଙ୍କ ପାରଳାଖେମୁଣ୍ଡି ମହିଳା ଶାଖାରେ ନକଲି ସୁନା ଅଳଙ୍କାର ଜିମାରେ ରୁଣ ଦେଇ ପଦାରେ ପଡିଲେ ଅଧିକାରୀ, ବ୍ୟାଙ୍କର ବଣିଆ ଓ ତତ୍କାଳୀନ ମ୍ୟାନେଜରଙ୍କ ନାମରେ ପାରଳାଖେମୁଣ୍ଡି ପୋଲିସ ଥାନାରେ ମାମଲା ରୁଜୁ ପରେ ପୋଲିସର ତଦନ୍ତ ଆରମ୍ଭ, ଗତ 2016 ମସିହାରେ ବ୍ୟାଙ୍କର ବଣିଆ କେ ଗୋପି 400 ଗ୍ରାମର ନକଲି ସୁନା ବନ୍ଧକ ରଖି ଟଙ୍କା ନେଇ ଆଉ ରୁଣ ପରିଶୋଧ ନକରିବା ପରେ DRCCଙ୍କ ତଦନ୍ତ ପରେ ଘଟଣା ଜଣା ପଡ଼ିଛି । ନକଲି ସୁନା ଦେଇ ଠକେଇ କରିବା ଅଭିଯୋଗରେ ଉଭୟଙ୍କ ନାମରେ ମାମଲା ରୁଜୁ ପରେ ବଣିଆ ଅଟକ ରହିଥିବା ବେଳେ ତତ୍କାଳୀନ ବ୍ୟାଙ୍କ ମ୍ୟାନେଜର R ଭୁଜଙ୍ଗ ରାଓ ଫେରାର ରହିଛି ।


















