କୋଦଳା,୧o/୧୨(ସୂର୍ଯ୍ୟନାରାୟଣ ବଡୁ) : ଏପଟେ କରୋନା ମହାମାରୀ ର ଦ୍ଵିତୀୟ ଲହର ଆଶଙ୍କା ର ଭୟାବହତାକୁ ଆଖିଆଗରେ ରଖି ଜିଲ୍ଳା ତଥା କୋଦଳା ତହସିଲ ପ୍ରଶାସନ ଲୋକଙ୍କୁ ସଚେତନ କରି ବିବାହ , ବ୍ରତ ଏବଂ ସାମାଜିକ କାର୍ଯକ୍ର କୁ ଗାଇଡ଼ ଲାଇନକୁ ପାଥେୟ କରି ସ୍ୱଳ୍ପ ଲୋକଙ୍କ ଉପସ୍ଥିତି ରେ କାର୍ଯ୍ୟ ଶେଷ କରିବାକୁ ସଚେତନ କରୁଥିବା ବେଳେ ପ୍ରଶାସନକୁ ଖାତିର ନ କରି ନାବାଳିକା କନ୍ୟାର ବିବାହ ଭଳି ଘ୍ରୂଣ୍ଯକାର୍ଯ୍ୟ ଆୟୋଜନ କରୁଥିବା ଏବଂ ସିଏମପୀଓ ହାତରେ ଧରାପଡ଼ି କାର୍ଯକ୍ରମ ବନ୍ଦହୋଇଥିବା ଚର୍ଚ୍ଚା ଦେଖିବାକୁ ମିଳିଛି । ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବୁରୁଝରୀ ପଞ୍ଚାୟତ କନିଆରିବାଡ଼ି ଗ୍ରାମରେ । ପ୍ରାପ୍ତ ସୂଚନା ଅନୁଯାଇ ବୁଧବାର କନିଆରିବାଡି ଧରଣୀଧର ନାୟକଙ୍କ ପୁତ୍ର ସୁଦର୍ଶନ ନାୟକଙ୍କ ସହିତ ଉକ୍ତ ଗ୍ରାମର ଦଣ୍ଡାସି ନାୟକଙ୍କ ନାବାଳିକା କନ୍ୟା ଛଦ୍ମନାମ ପୂଜା (16)ର ବିବାହପ୍ରସ୍ତୁତି ପର୍ବ ଆୟୋଜନ ହେଉଥିବାର କୌଣଷି ସୂତ୍ର ରୁ ଖବରଜାଣି ବେଗୁନିଆପଡା ବାଲ୍ୟ ବିବାହ ନିଷେଧ ଅଧିକାରୀ ସିଏମପିଓ ତଥା ସମନ୍ନିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସନ୍ଧ୍ୟାରାଣୀ ପାଣିଗ୍ରାହି କୌଣସି ସୂତ୍ର ରୁ ଖବର ପାଇ ଏହାକୁ ଅଟକାଇବା ପାଇଁ ବେଗୁନିଆପଡା ଫାଣ୍ଡିର ଦୃଷ୍ଟି ଆକର୍ଷଣ କରି ନିଜର ସୁପରଭାଇଜର ଓ ଷ୍ଟାଫଙ୍କୁ ଧରି କନିଆରିବାଡି ଅଭିମୁଖେ ବାହାରିଥିଲେ । କିନ୍ତୁ ସେତେବେଳେକୁ ନାବାଳିକା କନ୍ୟା ବିବାହ ନିମନ୍ତେ ପ୍ରାୟୋଜିତ ଶ୍ୱଶୁର ଧରଣୀଧର ଘରକୁ ପହଞ୍ଚି ସାରିଥିଲା । କିଛି ସମୟ ମଧ୍ୟରେ ବିବାହ କାର୍ଯ୍ୟ ସମାପନ ହୋଇଥାନ୍ତା । କିନ୍ତୁ ବାଲ୍ୟ ବିବାହ ନିଷେଧ ଅଧିକାରୀ ତଥା ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ ନିଜର ସହଭାଗୀ ସେଣ୍ଟର ସୁପର ଭାଇଜର ,ପୋଲିସ ଫାଣ୍ଡି କର୍ମକର୍ତ୍ତା , ସ୍ଥାନୀୟ ଅଙ୍ଗନବାଡି କର୍ମୀ ଓ ଗ୍ରାମ ସରପଞ୍ଚ କସ୍ତୁରୀ ପରିଡା, ସମିତି ସଭ୍ୟ ବିନାୟକ ନାୟକ ଓ କିଛି ଭଦ୍ରବ୍ୟକ୍ତିଙ୍କୁ ଧରି ଧରଣୀଧରଙ୍କ ଘରେ ପହଞ୍ଚି ଏହା ଧର୍ତବ୍ୟ ଅପରାଧ ବୋଲି କହିଥିଲେ ।ଏହାକୁ ହ୍ରୁଦୟଙ୍ଗମ କରି ଧରଣୀଧର ପିତାପୁତ୍ର ଭଦ୍ର ବ୍ୟକ୍ତି ଏବଂ କନ୍ୟାପିତାଙ୍କ ସମ୍ମୁଖ ରେ ପୂଜା ସାବାଳିକା ହେବା ପର୍ଯନ୍ତ ନିଜ ବାପଘରେ ରହିବେ ଓ ସାବାଳିକା ହେବାପରେ କୋର୍ଟ ରେ ବିବାହ କରିବେ ବୋଲି ସମ୍ମତି ପ୍ରକାଶ କରି ସର୍ବସମ୍ମୂଖରେ ଏକ ଲିଖିତ ଚୁକ୍ତିନାମା ପ୍ରଦାନ କରିଥିଲେ । ଏହା ପରେ ନାବାଳିକା କନ୍ୟାକୁ ତାଙ୍କ ପିତାଙ୍କୁ ହସ୍ତାନ୍ତର କରି ସେଠାରୁ ଫେରିଥିବା ନେଇ ସିଡିପିଓ ପ୍ରକାଶ କରିଛନ୍ତି । ସିଡିପିଓଙ୍କ ଏହି କାର୍ଯ୍ୟକୁ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି । ପ୍ରକାଶଯୋଗ୍ୟ ଯେ ଗତ ଫେବ୍ରୁଆରୀ ଓ ମାର୍ଚ୍ଚ ମାସ ରେ ମଧ୍ୟ ତିନିଗୋଟି ନାବାଳିକା କନ୍ୟାଙ୍କ ବାଲ୍ୟବିବାହ କୁ ଅଟକାଇଥିଲେ ।

















