ADVERTISEMENT
Home ଆଞ୍ଚଳିକ ମୋହନାରେ ୭ ଘଣ୍ଟିଆ ବନ୍ଦ ସଫଳ

ମୋହନାରେ ୭ ଘଣ୍ଟିଆ ବନ୍ଦ ସଫଳ

203
ADVERTISEMENT

ମୋହନା,୦୮/୧୨(ମୋହନ ଗୌଡ଼) : ମୋହନାରେ ଚାଷୀମାନଙ୍କ ଦ୍ୱାରା ଆହୂତ ଭାରତ ବନ୍ଦ ସଂପୂର୍ଣ୍ଣ ସଫଳ ହୋଇଛି । ଶାନ୍ତିପୂର୍ଣ୍ଣ ଭାବେ କଂଗ୍ରେସ କର୍ମୀମାନଙ୍କ ଦ୍ୱାରା ଏହି ବନ୍ଦ କରାଯାଇଥିବା ବେଳେ କୌଣସି ସ୍ଥାନରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ । ସକାଳ ୭ରୁ ମଧ୍ୟାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଇ ଥିଲା। ସହରରେ ସମସ୍ତ ପ୍ରକାର ଦୋକାନ ବଜାର ବନ୍ଦ ରହିଥିଲା।ଏହି ବନ୍ଦ ପାଳନରେ ଅଡବା ଜିଲ୍ଲା ପରିଷଦ ସଭ୍ୟ ବାଳକୃଷ୍ଣ ମଳିକ, ଆଦିବାସୀ ନେତା ନିର୍ମଳ ପାଲ, ବ୍ଳକ୍ କଂଗ୍ରେସ ସଭାପତି ଶଙ୍କର ପ୍ରଧାନ, ଜୁନେଶ ଶବର,ଏଲିଅ ମଳିକ, ଗିରି ମଳିକ,ଲରେନ ନାୟକ, ମାର୍କ ଗମାଙ୍ଗ, ଶୁକୁ ଗମାଙ୍ଗ, ଦୁଃସାଶନ ନାୟକ ଆଦି ୧୦୦ରୁ ଉର୍ଦ୍ଧ୍ଵ କର୍ମୀ ସାମିଲ ଥିଲେ ।

Advertisement