Friday, November 6, 2026
ADVERTISEMENT
Home ଆଞ୍ଚଳିକ ଘରେ କଳାକନା ବୁଲାଇବାରେ ଅବରୋଧ କରିବାରୁ : କର୍ତ୍ତାଙ୍କୁ ହତ୍ୟା

ଘରେ କଳାକନା ବୁଲାଇବାରେ ଅବରୋଧ କରିବାରୁ : କର୍ତ୍ତାଙ୍କୁ ହତ୍ୟା

220
ADVERTISEMENT

ବ୍ରହ୍ମପୁର,୦୮/୧୨(ଗୁରୁ ପ୍ରସାଦ ପଟ୍ଟନାୟକ) : ଘରେ କଳାକନା ବୁଲାଇବା ପାଇଁ ମୁଣ୍ଡ ଗଡ଼ିଲା । ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅଞ୍ଚଳରେ ଘଟିଛି ଏପରି ଏକ ବୀଭତ୍ସ ହତ୍ୟାକାଣ୍ଡ । ସନ୍ଧ୍ୟାରେ ଘରେ ପଶି ଜଣକୁ ହତ୍ୟା କରି ଦୁର୍ବୁତ୍ତ ଚମ୍ପଟ ମାରିଛନ୍ତି । ଚମାଖଣ୍ଡି ଥାନା ରଘୁନାଥପୁର ଗାଁରେ ଭୟଙ୍କର ହତ୍ୟାକାଣ୍ଡ ଘଟିଛି । ଗାଁର ବି. ଲିଙ୍ଗରାଜ ରେଡ୍ଡୀଙ୍କ ଘରେ ଦୁର୍ବୃତ୍ତ ପଶି ତାଙ୍କୁ ହତ୍ୟା କରିବା ସହ ଲୁଟ୍ କରିଥିବା ନେଇ ସୂଚନା ମିଳିଛି । ଗ୍ରାମବାସୀଙ୍କ ପାଖରୁ ହତ୍ୟାକାଣ୍ଡ ଖବର ପାଇ ଘଟଣାସ୍ଥଳରେ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ଛତ୍ରପୁର ଏସଡିପିଓ ଗୌତମ କିଷାନ, ଛତ୍ରପୁର ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ, ଚମାଖଣ୍ଡି ଥାନା ଅଧିକାରୀ ସୀତାଂଶୁ ଶେଖର ମାନ୍ଧାତା ପହଞ୍ଚିଛନ୍ତି । ଘରର ଆସବାବପତ୍ର ଏଣେତେଣେ ପଡ଼ିଥିବା ନେଇ ଦୁର୍ବୃତ୍ତ ଲୁଟ୍ ପାଇଁ ଆସି ବି. ଲିଙ୍ଗରାଜଙ୍କ ମୁଣ୍ଡକୁ ଆକ୍ରମଣ କରି ହତ୍ୟା କରିଥିବା ସନ୍ଦେହ ସୃଷ୍ଟି ହେଉଛି । ପରେ ଘରେ ଥିବା ଜିନିଷ ଲୁଟ୍ କରି ଖସି ପଳାଇଛନ୍ତି । ସନ୍ଧାନୀ କୁକୁର ଏବଂ ଫରେନସିକ୍ ଟିମ୍ ଆସି ରକ୍ତ ନମୁନା ସଂଗ୍ରହ କରିବା ପରେ ମୃତଦେହ ବ୍ୟବଚ୍ଛେଦ ଲାଗି ପଠାଯିବ ବୋଲି ପୋଲିସ କହିଛି ।

Advertisement