ବ୍ରହ୍ମପୁର,୦୮/୧୨(ଗୁରୁ ପ୍ରସାଦ ପଟ୍ଟନାୟକ) : ରବିବାର ଦିନ ଭାରତୀୟ ଜନତା ପାର୍ଟି ଆସ୍କାରୋଡ଼ ମଣ୍ଡଳ ତରଫରୁ ଜେନା ସାହି, ରଘୁନାଥ ମଠ ଠାରେ ଅନୁଷ୍ଠିତ ହେଇଯାଇଛି,ଜାତୀୟ ସଭାପତି, ଶ୍ରୀ J P ନଡ୍ଡା ଙ୍କ ନିର୍ଦେଶ କ୍ରମେ ବିଜେପି କାର୍ଯ୍ୟକର୍ତାଙ୍କୁ ପ୍ରଶିକ୍ଷିତ କରିବାକୁ ଏକ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା । ଏଥିରେ, ରାଷ୍ଟ୍ରପ୍ରେମ, ବିଜେପି ପ୍ରତି ସମର୍ପଣ, କାର୍ଯ୍ୟକର୍ତାଙ୍କ ବିକାଶ, ସାମାଜିକ ବିକାଶ, ରାଷ୍ଟ୍ରଗଠନ, ଓ ସାମାଜିକ ଗଣମାଧ୍ୟମର ଉପଯୋଗ ଉପରେ କାର୍ଯ୍ୟକର୍ତାଙ୍କୁ ପ୍ରଶିକ୍ଷଣ ଦିଆ ଯାଇଥିଲା । ଏହି ପ୍ରଶିକ୍ଷଣ ଶିବିରକୁ ଜିଲ୍ଲା ସଭାପତି ଶ୍ରୀ ବିଭୁତି ଭୂଷଣ ଜେନା ଦ୍ବୀପ ପ୍ରଜ୍ୱଳନ କରି ଶିବିରକୁ ଉଦଘାଟନ କରିଥିଲେ ଓ କାର୍ଯ୍ୟକର୍ତାଙ୍କୁ ଉଦବୋଧନ ଦେଇଥିଲେ, ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ କାହ୍ନୁ ଚରଣ ପତିଙ୍କ, ଉପସ୍ଥିତ ରେ,ମୁଖ୍ୟ ବକ୍ତା ଭାବେ ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ସରୋଜ ସାବତ, ଡ଼. ସୁବାଷ ସାହୁ , ମଦନ ପାତ୍ର, ପ୍ରଭାତ ଷଡ଼ଙ୍ଗୀ, ଶିବ ଶତପଥି, ବାଳକୃଷ୍ଣ ସାମନ୍ତରାୟ, ଡ଼ ସାଗର ତ୍ରିପାଠୀ, N ରାଜେନ୍ଦ୍ର କୁମାର, ସଙ୍ଘ ସମ୍ବାଦ ପ୍ରମୁଖ ପ୍ରହ୍ଲାଦ ପାଣିଗ୍ରାହୀ, ପ୍ରମୁଖ ନିଜ ନିଜ ବକ୍ତବ୍ୟ ରଖି କାର୍ଯ୍ୟକର୍ତାଙ୍କୁ ପ୍ରଶିକ୍ଷିତ କରିଥିଲେ, ଏଥିରେ ଜିଲ୍ଲା ଯୁବମୋର୍ଚ୍ଚ ସମ୍ପାଦକ କିରଣ କୁମାର ସାହୁଙ୍କ ନେତୃତ୍ୱରେ, ମଧୁ ସୁଦନ ସାହୁ, ଚନ୍ଦନ କୁମାର ସାହୁ, ବିଜୟ ଗୋପାଳ, ତ୍ରିନାଥ ମହାପାତ୍ର,କୋମଳ ପାତ୍ର, ରାକେଶ ସାବତ, ବ୍ରହ୍ମାନନ୍ଦ ସାହୁ, ସୁଶାନ୍ତ ସାହୁ, ସାଗର ମୁଖୀ,ମହିଳା ମୋର୍ଚ୍ଚା ସନ୍ତୋଷୀ ସାହୁ, ପ୍ରମୁଖ ପ୍ରଶିକ୍ଷଣ ଶିବିର ଆୟୋଜନର ଦାୟିତ୍ୱ ନେଇଥିଲେ । ଆମ ଅଞ୍ଚଳର ଓ ୭0ରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ଶିବିରରେ ଭାଗ ନେଇଥିଲେ ଶେଷରେ ବିଶିଷ୍ଟ ସମାଜ ସେବି ଶ୍ରୀ ସନ୍ତୋଷ କୁମାର ମହାନ୍ତି ଓ ଧର୍ମଜାଗରଣ ଜିଲ୍ଲା ପ୍ରମୁଖ ଚିତ୍ତରଞ୍ଜନ ପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

















