ADVERTISEMENT
Home ଆଞ୍ଚଳିକ ଆୟୁର୍ବେଦିକ ଡାକ୍ତରଙ୍କ ଅସ୍ତ୍ରୋପଚାର : ଡାକ୍ତର ସଂଘର ବିକ୍ଷୋଭ

ଆୟୁର୍ବେଦିକ ଡାକ୍ତରଙ୍କ ଅସ୍ତ୍ରୋପଚାର : ଡାକ୍ତର ସଂଘର ବିକ୍ଷୋଭ

198
ADVERTISEMENT

ପାରଳାଖେମୁଣ୍ଡି,୦୮/୧୨(ପ୍ରଭାତ ପାତ୍ର ) : ଆୟୁର୍ବେଦିକ ଡାକ୍ତରଙ୍କୁ ଅସ୍ତ୍ରୋପଚାର ଅନୁମତିକୁ ଭାରତୀୟ ଚିକିତ୍ସକ ସଂଘର ବିରୋଧ। ଏଥିରେ ସାମିଲ ହୋଇ ଗଜପତି ଜିଲ୍ଲା ଡାକ୍ତର ପକ୍ଷରୁ ଏହାକୁ ନିରବ ପ୍ରତିବାଦ କରାଯାଇଛି। ଭାରତୀୟ କେନ୍ଦ୍ରୀୟ ଔଷଧ ପରିଷଦ ଓ ନୀତି ଆୟୋଗ ଦ୍ୱାରା ଜାରି ବିଜ୍ଞପ୍ତିକୁ ତୀବ୍ର ବିରୋଧ କରାଯିବା ସହ ତୁରନ୍ତ ଏହି ବିଜ୍ଞପ୍ତି ପ୍ରତ୍ୟାହାର କରିବା ଦାବିରେ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ଡାକ୍ତର ରାଜ ରାସ୍ତାରେ ହାତରେ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମାତ୍ର କିଛି ମାସ ତାଲିମ୍ ନେବା ପରେ କୈାଣସି ଡାକ୍ତର ଅପରେସନ କରିବାକୁ ଯୋଗ୍ୟା ହୋଇପାରିବେ ନାହିଁ। ତେବେ କେନ୍ଦ୍ରର ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିଛନ୍ତି ଡାକ୍ତର ଦଳ। ସରକାର ଏହି ନିଷ୍ପତ୍ତି ଉପରେ ପୁନଃ ବିଚାର କରିବା ପର୍ଯ୍ୟନ୍ତ ବିରୋଧ ଜାରି ରହିବ ବୋଲି କହିଛନ୍ତି ଡାକ୍ତର ଦଳ।

Advertisement