Saturday, October 3, 2026
ADVERTISEMENT
Home ଆଞ୍ଚଳିକ ଗଜପତି ଜିଲ୍ଲାରେ ଭାରତ ବନ୍ଦକୁ କଂଗ୍ରେସ ସମେତ ବିଭିନ୍ନ ସଂଗଠନର ସମର୍ଥନ

ଗଜପତି ଜିଲ୍ଲାରେ ଭାରତ ବନ୍ଦକୁ କଂଗ୍ରେସ ସମେତ ବିଭିନ୍ନ ସଂଗଠନର ସମର୍ଥନ

179
ADVERTISEMENT

ପାରଳାଖେମୁଣ୍ଡି,୦୮/୧୨(ପ୍ରଭାତ ପାତ୍ର ) : ସମଗ୍ର ଗଜପତି ଜିଲ୍ଲାରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । କେନ୍ଦ୍ରର ନୂଆ କୃଷିବିଲକୁ ବିରୋଧ କରି କୃଷକ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦେଇଛି । ଏହାକୁ ସମର୍ଥନ ଜଣାଇ କଂଗ୍ରେସ ସମେତ ପ୍ରମୁଖ ରାଜନୈତିକ ଦଳ ଓ ଶ୍ରମିକ ସଂଗଠନ ଗୁଡିକ ସମର୍ଥନ କରି ଭାରତ ବନ୍ଦରେ ସାମିଲ ହୋଇଛନ୍ତି । ଏହି ପରିପ୍ରକ୍ଷିରେ ସମଗ୍ର ଗଜପତି ଜିଲ୍ଲାରେ ସମସ୍ତ ଦୋକାନ ବଜ଼ାର ବନ୍ଦ ରହିବା ସହିତ ଯାନବାହାନ ଚଳାଚଳ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଏଥିରେ ନଗର କଂଗ୍ରେସ ସଭାପତି ବସନ୍ତ ପଣ୍ଡା, ସଞ୍ଜୟ ଅଧିକାରୀ, କୁନା ମାଝୀ, ସୂର୍ଯ୍ୟ ନାରାୟଣ ପାତ୍ର, ତ୍ରିନାଥ ପଟ୍ଟନାୟକ, ଶିଶିର ଭଞ୍ଜ ସାମନ୍ତଙ୍କ ସମେତ ପ୍ରମୁଖ କାର୍ଯ୍ୟକର୍ତ୍ତା ବନ୍ଦ ଡାକରା ରେ ସାମିଲ ହୋଇ ନୂତନ ବସ ଷ୍ଟେଟ ଠାରୁ ଏକ ଶୋଭାଯାତ୍ରାରେ ବାହାରି ସମଗ୍ର ସହର ପରିକ୍ରମା କରିଥିଲେ l

Advertisement