ADVERTISEMENT
Home ଆଞ୍ଚଳିକ ୫୮ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ

୫୮ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ

185
ADVERTISEMENT

ପାରଳାଖେମୁଣ୍ଡି,୦୬/୧୨(ଇ.ରଞ୍ଜନ) : ସ୍ଥାନୀୟ ବେତାଗୁଡାସ୍ଥିତ ଥିବା ରିଜର୍ଭ ପୁଲିସ ପଡିଆ ଠାରେ ୫୮ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକ ମୁଖ୍ୟଅତିଥୀ ଭାବେ ଯୋଗଦେଇ ପ୍ୟାରେଡ଼ର ଅଭିବାଦନ ଗ୍ରହଣ କରିଥିଲେ। ଏହି ଦିବସ ଅବସରରେ ଗୃହରକ୍ଷୀ ବାହିନୀ ଉଦ୍ଦେଶ୍ୟରେ ଯେଉଁମାନେ ନିଜର ବଳିଦାନ ଦେଇଛନ୍ତି ସେମାନଙ୍କ ଉଦ୍ଦେଶ୍ୟରେ ସ୍ମୃତିଚାରଣ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ଉତ୍ସର୍ଗୀକୃତ ସେବା ପାଇଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଗୃହରକ୍ଷୀମାନେ ସବୁବେଳେ ନିଷ୍କାମ ସେବାର ଉଚ୍ଚ ପରମ୍ପରା ବଜାୟ ରଖି ଦେଶ ଓ ଜନସାଧାରଣଙ୍କ ସେବା କରି ଉଚ୍ଚ ପ୍ରଶଂସିତ ହୋଇଥାନ୍ତି । ସେମାନେ ବିଭିନ୍ନ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି , ଜନସମାଗମ ଓ ଟ୍ରାଫିକ ଭଳି କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ତଥା ନିଷ୍କାମ ସେବା ପ୍ରଦାନ କରିଥାନ୍ତି । ଏମିତିକି ବିଭିନ୍ନ ବିପର୍ଯ୍ୟୟ ଓ ଦୁର୍ଘଟଣା ସମୟରେ ମଧ୍ୟ ଉତ୍ତମ ସେବା ପ୍ରଦାନ କରି ଆସିବା ସହ ବର୍ତ୍ତମାନ ଦେଖା ଦେଇଥିବା କୋଭିଡ ମହାମାରୀ ସମୟରେ ସେମାନେ ଆଗ-ଧାଡିର କୋଭିଡ ଯୋଦ୍ଧା ଭାବେ ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନ କରି ଆସୁଛନ୍ତି । ନିଜ ଜୀବନକୁ ବାଜି ଲଗାଇ ଜନସାଧାରଣଙ୍କ ସେବାରେ ନିୟୋଜିତ ହୋଇ ଉଚ୍ଚକୋଟିର ସେବା ଓ ତାଙ୍କର କାର୍ଯ୍ୟଦକ୍ଷତାର ପରାକାଷ୍ଠା ଦେଖାଇଥାନ୍ତି। ଗୃହରକ୍ଷୀମାନେ ଆଗାମୀ ଦିନମାନଙ୍କରେ ମଧ୍ୟ ସେମାନଙ୍କ ଏହି ନିଷ୍କାମ ସେବା ଓ ଉଚ୍ଚ ପରମ୍ପରା ସବୁବେଳେ ବଜାୟ ରଖିବା ପାଇଁ ଆହ୍ବାନ କରିଥିଲେ।

Advertisement