Friday, November 6, 2026
ADVERTISEMENT
Home ଆଞ୍ଚଳିକ ବିଧାୟକ ରମେଶ ଜେନାଙ୍କ ପ୍ରେସ ମିଟ୍ : ପ୍ରଦୀପଙ୍କ ସହଯୋଗୀ ବିଧାୟକ,ବ୍ଲକ ଅଧକ୍ଷଙ୍କୁ ଜେରା...

ବିଧାୟକ ରମେଶ ଜେନାଙ୍କ ପ୍ରେସ ମିଟ୍ : ପ୍ରଦୀପଙ୍କ ସହଯୋଗୀ ବିଧାୟକ,ବ୍ଲକ ଅଧକ୍ଷଙ୍କୁ ଜେରା କରାଯାଉ

କ୍ଷମତାର ଅପବ୍ୟବହାର କରୁଥିଲେ

604
ADVERTISEMENT

ବ୍ରହ୍ମପୁର ,୦୬/୧୨(ଇ.ରଞ୍ଜନ) : ୧୬ବର୍ଷ ଧରି କ୍ଷମତାର ଅପବ୍ୟବହାର କରି ବ୍ୟାପକ ଅର୍ଥ ଠୁଳ କରିଛନ୍ତି ଗୋପଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଟାଟା ମୋଟର୍ସ ଠକେଇ ମାମଲାରେ ଛନ୍ଦି ହୋଇ ଜେଲ ଯିବା ପରେ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଅଭିଯୋଗ ଫର୍ଦ ଲମ୍ବିବାରେ ଲାଗିଛି। ଏ ମଧ୍ୟରେ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ବ୍ରହ୍ମପୁର ସହର ନିକଟ କୁକୁଡ଼ାଖଣ୍ଡିଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଗୋପାଳପୁର ବିଧାୟକଙ୍କ ଉପରେ ବର୍ଷିଛନ୍ତି।

ସାମ୍ବାଦିକ ସମ୍ପିଳନୀରେ ସେ କହିଛନ୍ତି ଯେ, ୨୦୦୪ ମସିହାଠାରୁ ୨୦୨୦ ପର୍ଯ୍ୟନ୍ତ ଦୀର୍ଘ ୧୬ବର୍ଷ ଧରି କ୍ଷମତାର ଅପବ୍ୟବହାର କରି ଗୋପାଳପୁର ବିଧାୟକ ରାଜୁତି ଚଳାଇଥିଲେ। ବାଲି, ମୋରମ, ଖଣି ଓ ମଦ ମାଫିଆଙ୍କ ସହ ତାଙ୍କର ସୁସମ୍ପର୍କ ରହିଥିଲା। ପ୍ରତି ମାସରେ ତାଙ୍କ ପାଖକୁ ୯୦ଲକ୍ଷରୁ ପ୍ରାୟ ୧କୋଟି ଟଙ୍କାର ବଟି ଆସୁଥିଲା। ବହୁ ବିଳମ୍ବରରେ ହେଉ ପଛେ ଗୋପାଳପୁର ବିଧାୟକଙ୍କ କଳା କାରନାମା ରାଜ୍ୟ ସରକାରଙ୍କ ନଜରକୁ ଆସିଛି। ରାଜ୍ୟ ସରକାର ଯେଉଁ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ତାହାକୁ ମୁଁ ସ୍ବାଗତ କରୁଛି। ଏହି ଘଟଣାକୁ ଗୁରୁତ୍ବର ସହ ନେଇ ସରକାର ଆହୁରି ଖୋଳାତାଡ଼ କଲେ ବହୁ ତଥ୍ୟ ପଦାକୁ ଆସିବ। ପ୍ରଦୀପଙ୍କ ସମେତ ୩ ଜଣଙ୍କ ଭାଗିଦାରୀରେ ଉତ୍ତରାଖଣ୍ଡଠାରେ ଏକ ପାୱାର ପ୍ଲାଣ୍ଟ ରହିଥିବା ଆମେ ଜାଣିବାକୁ ପାଇଥିଲୁ। ସରକାର ଏହାର ମଧ୍ୟ ତଦନ୍ତ କରନ୍ତୁ। ମୋ ବିରୋଧରେ ୫୪ଟି ମିଥ୍ୟା କେସ୍ ଦିଆଯାଇଥିଲା। ଏହା ପଛରେ ପ୍ରଦୀପଙ୍କ ହାତ ରହିଥିଲା। ପ୍ରଦୀପଙ୍କ ଏହି ଦୁର୍ନୀତିରେ ଜିଲ୍ଲାର କିଛି ବିଜେଡି ବିଧାୟକ ଏବଂ ବ୍ଲକ ଅଧ୍ୟକ୍ଷଙ୍କ ସଂପୃକ୍ତି ରହିଛି। ଏହାର ଖୋଳତାଡ଼ ହେବା ଆବଶ୍ୟକ। ଯଦି ସରକାର ତଦନ୍ତକୁ ଦୁର୍ବଳ କରନ୍ତି ତାହେଲେ କଂଗ୍ରେସ ନିଶ୍ଚିତ ଭାବେ ବିରେ‌ାଧ କରିବ ବୋଲି ସେ କହିଥିଲେ।

Advertisement