Thursday, November 5, 2026
ADVERTISEMENT
Home ଆଞ୍ଚଳିକ ମେଗା ରକ୍ତଦାନ ଶିବିର

ମେଗା ରକ୍ତଦାନ ଶିବିର

182
ADVERTISEMENT

ବ୍ରହ୍ମପୁର,୦୫/୧୨(ସୁଦାମ ମହାରଣା) :ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଭୂତସରସିଙ୍ଗି ଶିଶୁ ମନ୍ଦିରରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଖଲ୍ଲିକୋଟ ରାଣୀ ସାହିବାଙ୍କ୮୩ ତମ ଜନ୍ମ ଜୟନ୍ତୀ ଅବସରରେ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିରକୁ ଆସିକା ଲୋକସଭା ସଦସ୍ୟ। ପ୍ରର୍ମିଳା ବିଷୋୟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦ୍ ଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା,ବ୍ଲକ ଅଧ୍ୟକ୍ଷ, ସିତାରାମ ପାଣିଗ୍ରାହୀ, ଫାର୍ମାସିଷ୍ଟ ମନୋଜ ଦାସ, ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରୁ ୨୭୩ ୟୁନିଟ ରକ୍ତ ସଗ୍ରୃହିତ ହୋଇଥିଲା ।ଭୂତସରସିଙ୍ଗି ବାଲୁଙ୍କେଶ୍ବର ଯୁବକ ସଙ୍ଘ ପରିଚାଳନାରେ ସହଯୋଗ କରିଥିଲେ ।


:

Advertisement