Friday, November 6, 2026
ADVERTISEMENT
Home ମୁଖ୍ୟ ଖବର ଠକେଇ ଓ ଜାଲିଆତି କା‌ରବ‌ା‌ର ମାମଲାରେ ଝାରପଡା ଜେଲ ଗଲେ ଗୋପାଳପୁର ବିଧାୟକ

ଠକେଇ ଓ ଜାଲିଆତି କା‌ରବ‌ା‌ର ମାମଲାରେ ଝାରପଡା ଜେଲ ଗଲେ ଗୋପାଳପୁର ବିଧାୟକ

198
ADVERTISEMENT

ଭୁବନେଶ୍ବର,୦୪/୧୨(ଡ଼ି.ଏଚ/ବ୍ୟୁରୋ) :ଠକେଇ ଓ ଜାଲିଆତି କା‌ରବ‌ା‌ରରେ ସଂପୃକ୍ତି ମାମଲାରେ ଜେଲ ଯାଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଆର୍ଥିକ କାରବାରର ତଦନ୍ତ କେନ୍ଦ୍ର ସରକାରଙ୍କ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କରିବ ବୋଲି ସୂଚନା ମିଳିଥିଲା। ରାଜ୍ୟ କ୍ରାଇମବ୍ରାଞ୍ଚ ଏ ସଂକ୍ରାନ୍ତରେ ଇଡିକୁ ଚିଠି ଲେଖିବା ପରେ ଇଡି ପକ୍ଷରୁ ତଦନ୍ତ ଲାଗି ପ୍ରାଥମିକ ପ୍ରକ୍ରିୟା ଆରମ୍ଭ ହୋଇଛି। କ୍ରାଇମବ୍ରାଞ୍ଚ ଠାରୁ ତଥ୍ୟ ଓ ଦସ୍ତାବିଜ ନେଇଛି ଇଡି | ଗତ ୪ ମାସ ଭିତରେ ପ୍ରଦୀପ ପାଣିଗ୍ରାହୀଙ୍କ ଆକାଉଣ୍ଟକୁ ଅଢ଼େଇ କୋଟି ଟଙ୍କା ଆସିଛି। ଏହାକୁ କିଏ ଦେଇଛନ୍ତି ଓ କାହିଁକି ଦେଇଛନ୍ତି ସେ ନେଇ ତଦନ୍ତ କରିବ ଇଡି । ଗତକାଲି ପ୍ରଦୀପଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ଟାଟା ମୋଟର୍ସରେ ଚାକିରି ଦେବାର ପ୍ରତିଶ୍ରୁତି ଦେଇ ଆକାଶ ପାଠକ ସହ ମିଶି ସେ ଠକେଇ କରିଥିବା ଅଭିଯୋଗ ହୋଇଥିଲା । ଗତକାଲି ଗିରଫ କରାଯିବା ପରେ ତାଙ୍କୁ ଭୁବନେଶ୍ବର ଏସଡିଜେଏମଙ୍କ ଅଦାଲତରେ ହାଜର କରାଯାଇଥିଲା । ସେଠାରେ ତାଙ୍କର ଜାମିନ ନାମାଞ୍ଜୁର ହେବା ପରେ ଅଦାଲତ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। ବର୍ତ୍ତମାନ ଝାରପଡ଼ା ଜେଲରେ ଅଛନ୍ତି ପ୍ରଦୀପ ପାଣିଗ୍ରାହୀ।

Advertisement