Friday, September 25, 2026
ADVERTISEMENT
Home ଆଞ୍ଚଳିକ ଜିଲ୍ଲା ଅଦାଲତ ରେଜିଷ୍ଟରଙ୍କ ନୂତନ ଅଦାଲତ କୋଠା ପରିଦର୍ଶନ ଓ ଉଦଘାଟନୀ ପାଇଁ ପ୍ରସ୍ତୁତି

ଜିଲ୍ଲା ଅଦାଲତ ରେଜିଷ୍ଟରଙ୍କ ନୂତନ ଅଦାଲତ କୋଠା ପରିଦର୍ଶନ ଓ ଉଦଘାଟନୀ ପାଇଁ ପ୍ରସ୍ତୁତି

185
ADVERTISEMENT

ମୋହନା,୦୪/୧୨(ମୋହନ ଗୌଡ଼) : ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ଛଳରେ ନିର୍ମାଣ ହୋଇଥିବା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତର ନୂତନ କୋଠା ଓ ଚଳିତ ମାସ ୧୨ତାରିଖରେ ହେବାକୁ ଥିବା ଉଦଘାଟନୀ ଉତ୍ସବକୁ କୋଡ଼ିଡ-୧୯ ନିୟମ ଅନୁସାରେ ସୁରୁଖୁରୁରେ ସମାପନ କରିବା ଉଦ୍ଦେଶ୍ୟରେ ଜିଲ୍ଲା ଅଦାଲତର ରେଜିଷ୍ଟର ଶୁଭଶ୍ରୀ ପ୍ରଧାନ ପରିଦର୍ଶନରେ ଆସିଥିଲେ। ତାଙ୍କ ସହିତ ଉପ ଜିଲ୍ଲାପାଳ ସଂଗ୍ରାମ ଶେଖରପଣ୍ଡା, ମୋହନା ଅଦାଲତର ଭାରପ୍ରାପ୍ତ ବିଚାରପତି ବନିଲ କୁମାର ଖଟେଇ, ମୋହନା ବ୍ଳକରେ ଅତିରିକ୍ତ ବିଡ଼ିଓ ଦାୟିତ୍ଵରେ ରହିଥିବା ରା.ଉଦୟଗିରି ବିଡ଼ିଓ ପ୍ରଦୀପ ନାୟକଙ୍କ ସମେତ ଓକିଲ ସଂଘର କର୍ମକର୍ତ୍ତ। ଓ ସ୍ଥାନୀୟ ଅଦାଲତର କର୍ମଚାରୀମାନେ ଉପସ୍ଥିତ ଥିଲେ । ରେଜିଷ୍ଟର ଓ ପ୍ରଶାସନିକ ଅଧିକାରୀମାନେ ଉଦଘାଟନ ଉତ୍ସବର ପୂର୍ବ ପ୍ରସ୍ତୁତି, ଅଦାଲତର ଭିତର ଓ ବାହାର ପରିସର ଏବଂ ପରିବେଶକୁ ପରିଷ୍କାର ପରିଛନ୍ନତା ବୁଲି ଦେଖିଥିଲେ। ଆସନ୍ତା ୧୨ରେ ଓଡ଼ିଶା ହାଇକୋର୍ଟର ବିଚାରପତି ସଂଜୀବ କୁମାର ପାଣିଗ୍ରାହୀ ନୂତନ କୋଠାକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି ।

Advertisement