ଭୁବନେଶ୍ୱର,୦୩/୧୨(ଡ଼ି.ଏଚ/ବ୍ୟୁରୋ): ଅଫ୍ଲାଇନ୍ରେ ହେବ ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା। ଯେତେବେଳେ ବି ପରୀକ୍ଷା ହେବ, ତାହା ଅଫ୍ଲାଇନ୍ରେ ହିଁ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇ ଏହା କହିଛନ୍ତି । ଅଫ୍ଲାଇନ୍ରେ ପରୀକ୍ଷା ପାଇଁ CBSE ନିଷ୍ପତ୍ତି ନେଇଛି। ତେଣୁ ସେହି ଆଧାରରେ ରାଜ୍ୟରେ ବି ଅଫ୍ଲାଇନ୍ରେ ପରୀକ୍ଷା ହେବ। ପରୀକ୍ଷା ନିହାତି ବିଳମ୍ବରେ ହେବ, କିନ୍ତୁ ତା ପୂର୍ବରୁ ପାଠପଢ଼ା ହେବ ବୋଲି ମନ୍ତ୍ରୀ କହିଛନ୍ତି। ସ୍କୁଲ୍ ଖୋଲିବା ପ୍ରସଙ୍ଗରେ ମନ୍ତ୍ରୀ କହିଛନ୍ତି, ଏ ନେଇ ସବୁ ପକ୍ଷଙ୍କ ସହ ବିଚାର ବିମର୍ଶ ଚାଲିଛି ଓ ଏସମ୍ପର୍କରେ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ।

















