ADVERTISEMENT
Home ଆଞ୍ଚଳିକ ମାତ୍ରାଧିକ ଫାଇନ ଆଦାୟ ବିରୋଧରେ ଟ୍ରାକ୍ଟର ମାଲିକ ସଂଘ ଏସପି ଓ ଜିଲ୍ଲାପାଳଙ୍କୁ ଫେରାଦ

ମାତ୍ରାଧିକ ଫାଇନ ଆଦାୟ ବିରୋଧରେ ଟ୍ରାକ୍ଟର ମାଲିକ ସଂଘ ଏସପି ଓ ଜିଲ୍ଲାପାଳଙ୍କୁ ଫେରାଦ

206
ADVERTISEMENT

ପାରଳାଖେମୁଣ୍ଡି,୦୨/୧୨(ପ୍ରଭାତ କୁମାର ପାତ୍ର) : ମାତ୍ରାଧିକ ଫାଇନ ଆଦାୟ ଓ ଅଜଥା କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ଅଭିଯୋଗରେ ତହସିଲ ଓ ଥାନା କର୍ମଚାରୀଙ୍କ ବିରୋଧରେ ଫେରାଦ ହୋଇଛି ଟ୍ରାକ୍ଟର ମାଲିକ ସଂଘ । ଜିଲ୍ଲାର ରାୟଗଡ ଓ ଗୋଷାଣୀ ବ୍ଲକର ଶତାଧିକ ଟ୍ରାକ୍ଟର ମାଲିକ ଏସପି ଓ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଲିଖିତ ଅଭିଯୋଗ କରିବା ସହ ସମାଧାନ କରିବା ପାଇଁ ଅନୁରୋଧ କରିଛନ୍ତି। କରୋନା ସଙ୍କଟ ସମୟରେ ବ୍ୟବସାୟ ବୃତ୍ତି ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ ଏମାନଙ୍କ ଆର୍ଥିକ ସ୍ଥିତି ଶୋଚନୀୟ ହୋଇପଡିଛି। ଟ୍ରାକ୍ଟର ଉପରେ ନିର୍ଭର କରୁଥିବା ଶ୍ରମିକ ଡ୍ରାଇଭର ହେଲପର ସମେତ ସମସ୍ତ ମାଲିକ ଏଥିଦ୍ବାରା ପ୍ରଭାବିତ ହୋଇଛନ୍ତି। ସରକାରଙ୍କ ନିୟମାନୁଯାୟୀ ବାଲି ଗୋଡ଼ି ଇଟା ଆଦି ଗୃହନିର୍ମାଣ ସାମଗ୍ରୀ ପରିବହନ କରିବା ସମୟରେ ରୟାଲ୍ଟି ତଥା ଟେକ୍ସ ପ୍ରଦାନ କରିବା ସତ୍ତ୍ୱେ ଅନେକ ସମୟରେ ତହସିଲ ଓ ପୋଲିସ କର୍ମଚାରୀ ଜରିମାନା ଓ କାର୍ଯ୍ୟାନୁଷ୍ଠାନ ନେଉଥିବାରୁ ଏହାକୁ ବିରୋଧ କରିଛି ଟ୍ରାକ୍ଟର ମାଲିକ ସଂଘ। ତେବେ ଏହାର ସମାଧାନ କରା ନଗଲେ ଆଗାମୀ ୭ ତାରିଖ ଦିନ ସମସ୍ତ ଟ୍ରାକ୍ଟର ଆଣି ଜିଲ୍ଲା ପ୍ରଶାସନ ସମ୍ମୁଖରେ ଠିଆ କରି ଧାରଣାରେ ବସିବାକୁ ବାଧ୍ୟ ହେବୁ ବୋଲି କହିଛନ୍ତି ଟ୍ରାକ୍ଟର ମାଲିକ ସଂଘର କର୍ମକର୍ତ୍ତା । ସେପଟେ ବେଆଇନ ଭାବରେ ଚୋରା ଚାଲାଣ ହେଉଥିବା ଟ୍ରାକ୍ଟର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି କୌଣଶି ବ୍ୟତିକ୍ରମ ହୋଇନାହିଁ ଆଗାମୀ ଦିନରେ ସମାନ କାର୍ଯ୍ୟ ଜାରି ରହିବ ବୋଲି କହିଛନ୍ତି ଗଜପତି ଏସ୍ପି ତପନ କୁମାର ପଟ୍ଟନାୟକ । ।

Advertisement