Friday, November 6, 2026
ADVERTISEMENT
Home ଆଞ୍ଚଳିକ ନିଶା କାରବାର ବିରୁଦ୍ଧରେ ସ୍ବତନ୍ତ୍ର ଅଭିଯାନର ଚତୁର୍ଥ ଦିନରେ ଗଂଜେଇ ସହ ଦୁଇ ଗିରଫ

ନିଶା କାରବାର ବିରୁଦ୍ଧରେ ସ୍ବତନ୍ତ୍ର ଅଭିଯାନର ଚତୁର୍ଥ ଦିନରେ ଗଂଜେଇ ସହ ଦୁଇ ଗିରଫ

241
ADVERTISEMENT

ବ୍ରହ୍ମପୁର,୦୨/୧୨(ଇ.ରଞ୍ଜନ): ବ୍ରହ୍ମପୁର ବୁଧବାର ଅପରାହ୍ନ ୩ଟା ସମୟରେ ନିଶା କରବାର ବିରୋଧରେ ରୋକ ଲଗାଇବା ପାଇଁ ସ୍ୱତନ୍ତ୍ର ଅଭିଯାନ ସଦରଥାନା ପକ୍ଷରୁ ବାଇଗଣବାଡି ଛକରେ ଯାନବାହାନ ଯାଞ୍ଚ କରୁଥିବା ସମୟରେ ଏସ.ଆଇ ଜ୍ୟୋତି ରଞ୍ଜନ ଏସଆଇ କେ.ସି.ମଲ୍ଲିକ, ଏସଆଇ ଏମ୍.ପ୍ରଧାନ ଏବଂ ସଦରଥାନା ପୋଲିସ ସଦଳବଳେ ଏକ ବୁଲେଟକୁ ଅଟକାଇ ଥିଲେ | ସେହି ବୁଲେଟରେ ଗଂଜେଇ ଯାଉଥିଲା ଗାଡି ସମେତ ଦୁଇ ବ୍ୟକ୍ତିଙ୍କୁ ଅଟକ ରଖିଛି ପୋଲିସ ଦୁଇ ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କ ଗୋଳନ୍ଥରା ଥାନା ଅନ୍ତର୍ଗତ ପଦ୍ମପୁରର ଅପୂର୍ବ ନାୟକ, ଏବଂ ଗଂଜାମ ଥାନା ଅନ୍ତର୍ଗତ ଆଲିଆବାଦର ବାପୁ ମହାପାତ୍ର ଏକ ରୟାଲ ଏନ୍ଫିଲ୍ଡ ବୁଲେଟ୍ ଯାହାର ନଂ (ଓଡି ୦୭ ପି ୨୮୦୦) ଉକ୍ତ ଗାଡିରେ ଗଞ୍ଜେଇ ପରିବହନ କରୁଥିଲେ | ବୁଲେଟଟି ଅପୂର୍ବ ନାୟକଙ୍କ ବୋଲି ଜଣାପଡିଛି। ଅନୁସନ୍ଧାନ ସମୟରେ ଗାଡିରେ ୨୮କେଜି ୨୪୦ଗ୍ରାମ ଗଞ୍ଜାଇ ପରିବହନ କରୁଥିବା ଜଣାପଡିଥିଲା ବେଳେ ତାହା ଜବତ କରାଯାଇଥିଲା। ଗଂଜେଇର ମୂଲ୍ୟ ଆନୁମାନିକ ପ୍ରାୟ ଏକ ଲକ୍ଷ ଟଙ୍କା ଥିବା ପୋଲିସ ତଦନ୍ତରୁ ଜଣା ପଡୁଛି । ଏହି ସଂଯୋଗରେ ସଦର ଥାନାରେ କେସ୍ ନଂ 367/20u / s20 (B) (ii) (C) ରେଜିଷ୍ଟ୍ର ହୋଇଛି ଏବଂ ଏସଆଇ ସବିତା ପାଣିଗ୍ରାହୀ ଏହି ଘଟଣାର ଅଧିକ ତଦନ୍ତ କରୁଛନ୍ତି।

Advertisement