ଭୁବନେଶ୍ୱର,୦୧/୧୨(ଡ଼ି.ଏଚ/ବ୍ୟୁରୋ): ରାଜ୍ୟରେ କ୍ରମାଗତ ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଆଜି ୩୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନ ସେଣ୍ଟରରୁ ୨୧୯ ଓ ଲୋକାଲ କେସ ୧୫୯ ଜଣ ଅଟନ୍ତି । ୨୮ଟି ଜିଲ୍ଲାରୁ ଏହି ୩୭୮ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ କୌଣସି ଜିଲ୍ଲାର ରୋଗୀ ସଂଖ୍ୟା ୪୦ ଟପି ନ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜଣାଯାଇଛି। ସେହିପରି ଦିନକରେ ୫ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି।ଆଜି ଅନଗୁଳରେ ସର୍ବାଧିକ ୩୮ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ମୟୂରଭଞ୍ଜରୁ ୩୪, ଖୋର୍ଦ୍ଧା ରୁ ୩୭ ଓ କଟକରୁ ୨୪ ରୋଗୀ ଚିହ୍ନଟ ହୋଇଛନ୍ତି।ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୧୯,୧୦୩ ଥିବାବେଳେ ଆକ୍ଟିଭ କେସ ଅଛି୫୨୪୧ ଓ ସୁସ୍ଥ ହୋଇଛନ୍ତି ୩,୧୧୨,୦୬୫।

















