ମୋହନା,୦୧/୧୨( ମୋହନ ଗୌଡ଼) : ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଦମାଦୁଆ ଗ୍ରାମ ନିକଟ ବୁଲାଣି ଠାରେ ଦୁଇ ବାଇକ୍ ମଧ୍ୟରେ ମୁହଁ। ମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣକର ମୃତ୍ୟୁ ଘଟିଛି ଚିକିତ୍ସିତ ଅବସ୍ଥାରେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ । ଅନ୍ୟ ୩ ଜଣଙ୍କର ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲ ପଠାଯାଇଥିବା ଜଣା ପଡିଛି । ସୋମବାର ସକାଳ ପ୍ରାୟ ୧୦ ଟା ବେଳେ ରା.ଉଦୟଗିରି ଥାନା ଅନ୍ତର୍ଗତ ଛେଳିଗଡ ଗ୍ରାମର ଆଶ୍ଵାନ ବୀର ବାପା(୬୦) ଓ ପୁଅ ରେଗନ ବୀର(୧୫) ନିଜ ହିରୋ ହୋଣ୍ଡା ଗ୍ଳେମର ବାଇକ୍ ନଂ ଓଡ଼ି୦୭ଡବ୍ଲ୍ୟୁ ୩୬୫୦ ଯୋଗେ ପାଣିଗଣ୍ଡା ଆଡ଼କୁ ଯାଉଥିବାବେଳେ ବିପରୀତ ଦିଗ ପାଣିଗଣ୍ଡ।ରୁ ଅଡବାକୁ ହୋନିଟ୍ ହୋଣ୍ଡା ଗାଡ଼ି ନଂ-ଓଡ଼ି୦୮ଏମ୍ ୮୦୨୬ ରେ ଦମା ଦୁଆ ଗ୍ରାମର ସିନୁ ନାୟକ(୧୭),ସପିନ ମଳିକ(୧୫), ଓ ସୁମିତ ମାଝି(୧୩) ଆସୁଥିଲେ। ଦମାଦୁଆ ଗ୍ରାମ ନିକଟ ବୁଲାଣି ଠାରେ ଦୃତ ଗତିରେ ଆସୁଥିବା ୨ ବାଇକ୍ ମଧ୍ୟରେ ଉଭୟେ ଭାରସାମ୍ୟ ରକ୍ଷାକରି ନ ପାରି ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଛେଳିଗଡ଼ ଗ୍ରାମର ରେଗନ ବୀରଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଗୁରୁତର ଆହତମାନଙ୍କୁ ଉଦ୍ଧାର କରି ମୋହନା ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇ ଚିକିତ୍ସା କରାଯାଉଥିବା ବେଳେ ସେଠାରେ ଦମା ଦୁଆ ଗ୍ରାମର ସିନୁ ନାୟକଙ୍କ ମୃତ୍ୟୁ ଘଟିଥିଲା।

ଅନ୍ୟ ୩ ଜଣ ଗୁରୁତରଙ୍କ ମୁଣ୍ଡ ଓ ନାକରୁ ରକ୍ତ ସ୍ରାବ ହେବା, ହାତ, ଗୋଡ ଭାଙ୍ଗିବା ଓ ଛାତି ଯନ୍ତ୍ରଣା ହେବା ଯୋଗୁଁ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ପଠାଯାଇଥିବା ଡ. ଅମୃତରାଜ ଯେନା ସୂଚନା ଦେଇଛନ୍ତି। ଦୁର୍ଘଟଣା ସ୍ଥଳରେ ଅଡବା ଏସ୍ଆଇ ଉତ୍କଳ କେଶରୀ ପ୍ରଧାନ, ହୁଷିକେଷ ପଣ୍ଡା ଓ କର୍ମଚାରୀ ପହଞ୍ଚି ମୃତଦେହ ଓ ଗାଡ଼ି ଜବତ କରି ଘଟଣାର ତଦନ୍ତ କରୁଥିବା ଜଣାପଡିଛି।

















