କୋଦଳା, ୩୦/୧୧(ସୂର୍ଯ୍ୟ ନାରାୟଣ ବଡୁ) : ଶୀତଦିନେ କରୋନା ଦ୍ଵିତୀୟ ଲହର ସଂକ୍ରମଣ ଆଶଙ୍କା ରେ ଜିଲ୍ଲା ପ୍ରଶାସନ ର ନିର୍ଦ୍ଦେଶ କ୍ରମେ କୋଦଳା ତହସିଲ ପ୍ରଶାସନ ତଥା ତହସିଲଦାର ଅବନୀ କୁମାର ସାହୁଙ୍କ ତତ୍ୱାବଧାନ ରେ ଏକ ସପ୍ତାହ ବ୍ୟାପି ସମଗ୍ର ତହସିଲ ଅଞ୍ଚଳରେ ଦାକାବାଜି ଯନ୍ତ୍ର ଦ୍ୱାରା ପ୍ରଚାର ଓ ସଚେତନ କରି ମନ୍ଦୀର ଦର୍ଶନ ଓ ବୋଇତ ବନ୍ଦlଣ ଉପରେ ରୋକ ଲଗାଇବା ସହିତ ଏଥିରୁ ନିବୃତ୍ତ ରହିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରା୍ଯାଇଥିଲା l ଆଜି କାର୍ତ୍ତିକ ଶେଷ ସୋମବାର ଏବଂ ପବିତ୍ର ଧର୍ମମାସ କାର୍ତ୍ତିକ ପୂର୍ଣମୀ ହୋଇଥିଲେ ସୁଦ୍ଧା ଅଞ୍ଚଳ ର ସମସ୍ତ ଶୈବ ପୀଠ ଶୂନଶାନ ହୋଇଯାଇଥିଲା l ଭକ୍ତଙ୍କ ଦେଖା ମିଳିନଥିଲା l ବୋଇତ ବନ୍ଦାଣ ମଧ୍ୟ ବନ୍ଦ ହୋଇଯାଇଛି l ଲୁଚା ଛପା ରେ କିଛି ପୋଖରୀ ରେ କଦଳୀପଟ ବୋଇତ ଭାସୁଥିବା ଦେଖିବାକୁ ମିଳିଥିଲା l ମନ୍ଦୀର ସମ୍ମୁଖରେ ଥାନା ଅଧିକାରୀ ଦେବାଶିଷ ମହାନ୍ତିଙ୍କ ନେତୃତ୍ୱ ରେ ପୋଲିସ ମୃତୟନ ହୋଇଥିବା ବେଳେ ତହସିଲ କର୍ମକର୍ତ୍ତା ମଧ୍ୟ ଉପସ୍ଥିତ ଅଛନ୍ତି l କୋଦଳା ଅଞ୍ଚଳ ର ପ୍ରସିଦ୍ଧ ଶୈବ ପୀଠ ମହାପ୍ରଭୁ ଦଣ୍ଡିଶ୍ଵର ମନ୍ଦୀର ଆଜି ସମ୍ପୂର୍ଣ ବନ୍ଦ ହୋଇଯାଇଛି l କୋଦଳା ଥାନା ସବିନିସ୍ପେକ୍ଟର ଅନିଲ କୁମାର ସାହୁ ଓ କୋଦଳା ରାଜସ୍ୱ ନିରୀକ୍ଷକ ଶେଖର ସେଠି ସେମାନଙ୍କ କର୍ମକର୍ତ୍ତlଙ୍କୁ ନେଇ ଜଗିରହିଥିବା ବେଳେ ପ୍ରଶାସନର ଅନୁରୋଧକୁ ସମ୍ମାନ ଜଣାଇ ମନ୍ଦିର ପ୍ରଶାସନ ମଧ୍ୟ ସଜାଗ ରହିଛି i ଯେଉଁଁଠାରେ ଲକ୍ଷ୍ୟାଧିକ ଭକ୍ତ ସମବେତ ହେଉଥିଲେ ବର୍ତ୍ତମାନ ସେଠାରେ ପ୍ରଶାସନ ଅଧିକାରୀ ବ୍ୟତୀତ କାହାର ଦେଖା ମିଳୁ ନାହିଁ l ଏହାକୁ ନେଇ ମନ୍ଦିର ସେବାୟତ ଚିନ୍ତାରେ ଦୀର୍ଘଦିନ ହେବ ମନ୍ଦିର ଦର୍ଶନ ବନ୍ଦ ହୋଇଥିବା ହେତୁ ଯେଉଁମାନେ ଏଥିରୁ ପରିବାର ଚଲାଉ ଥିଲେ ସେମାନେ ଦୁଃଖ କଷ୍ଟ ରେ ଚଳୁଛନ୍ତି l ପ୍ରଶାସନ ସେବାୟତ ଙ୍କ ପାଇଁ ସହଯୋଗ ର ହାତ ବଢ଼ାନ୍ତୁ ବୋଲି ସେବାୟତ ମାନେ ଅନୁରୋଧ କରିଛନ୍ତି l

















