କୋଦଳା୨୯/୧୧(ସୂର୍ଯ୍ୟନାରାୟଣ ବଡୁ) :ରବିବାର କୋଦଳା ଠାରେ ବ୍ରହ୍ମପୁର,ପୁରୁଷୋତ୍ତମ ପୁର, ଆସିକା, ପୋଲସରା,କୋଦଳାକୁ ନେଇ ମା କନକେଶ୍ଵରୀ ଘରୋଇ ବସ ମାଲିକ ସଂଘର ଏକ ବୈଠକ ସଭାପତି ସନ୍ତୋଷ କୁମାର ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସାଧାରଣ ଯାତ୍ରୀ କିପରି ସୁବିଧାରେ ଯିବା ଆସିବା କରିପାରିବେ ତାରି ଉପରେ ଆଲୋଚନା କରାଯାଇଥିଲା । କୋଦଳା ଶାଖାରେ କେହି ପରିଚାଳକ ନ ଥିବାରୁ ସର୍ବସମ୍ମତ କ୍ରମେ କୋଦଳା ମାଁ ସନ୍ତୋଷୀ ବସ ମାଲିକ ଚୀତ୍ରସେନ ପରିଡାଙ୍କୁ ମନୋନୀତ କରାଯାଇଥିବା ବେଳେ ପୁନର୍ବାର ବାପିନା ବଡୁଙ୍କୁ ଶାଖା କର୍ମକର୍ତ୍ତା ରୂପେ ମନୋନୀତ କରାଯାଇଥିବା ସଭାପତି ପ୍ରକାଶ କରିଥିଲେ! ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଭବାନୀ ଶଙ୍କର ମିଶ୍ର, ନୀଳାଞ୍ଚଳ ପଣ୍ଡା,ଶରତ ଚନ୍ଦ୍ର ସାହୁ, କୈଳାଶ ମିଶ୍ର, ମୁନା ସାହୁ ପ୍ରମୁଖ ଉପସ୍ଥିତ ଥିଲେ!

















