Friday, November 6, 2026
ADVERTISEMENT
Home ଆଞ୍ଚଳିକ ଟ୍ରାକଟର ଧକ୍କାରେ ସ୍କୁଟିଚାଳକଙ୍କ ମୁର୍ତ୍ୟୁ

ଟ୍ରାକଟର ଧକ୍କାରେ ସ୍କୁଟିଚାଳକଙ୍କ ମୁର୍ତ୍ୟୁ

289
ADVERTISEMENT

ବ୍ରହ୍ମପୁର:୨୯/୧୧(ଇ.ରଞ୍ଜନ) : ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଗୁରୁଣ୍ଠି-ହୁଗୁଳା ପଟ୍ଟା ରୋଡରେ ଆଜି ପୂର୍ବାହ୍ନ ୧0ଟା ସମୟରେ ଏକ ସ୍କୁଟିକୁ ଧକ୍କା ଦେଇଛି ଓଆର ଓଡି 0୭ କେ 0084 ଟ୍ରାକଟର ଯାହାଫଳରେ ସ୍କୁଟି ଚାଳକଙ୍କ ଘଟଣାସ୍ଥଳରେ ହିଁ ମୁର୍ତ୍ୟୁ ଘଟିଛି । ମୂର୍ତକ ହେଲେ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ରଣଝେଲି ଗ୍ରାମର ରାଧା କୃଷ୍ଣ ପଣ୍ଡା(୫୩)ସେ ପୂର୍ବାହ୍ନ ସମୟରେ କୌଣସି କାର୍ଯ୍ୟରେ ହୁଗୁଳାପଟ୍ଟା ଦେଇ ଦୁଇ ଜଣ ବ୍ରହ୍ମପୁର ଆସୁଥିବା ବେଳେ ଟ୍ରାକଟରଟି ସେହି ରାସ୍ତା ଦେଇ ରେଗିଡି ଛକ ଯାଉଥିଲା । ଭାରସାମ୍ୟ ହରେଇ ଭୁଲ ରାସ୍ତାକୁ ଅତିକ୍ରମ କରିବାରୁ ,ସ୍କୁଟିରେ ଆସୁଥିବା ରାଧାକୃଷ୍ଣ ପଣ୍ଡାଙ୍କ ଉପରେ ଟ୍ରାକଟରର ଡାଲାଟି ଓଲଟି ପଡିବାରୁ ଚାପି ହୋଇ ପଣ୍ଡାଙ୍କ ମୁର୍ତ୍ୟୁ ଘଟିଥିବା ବେଳେ ତାଙ୍କ ସାଙ୍ଗରେ ଥିବା କବିରାଜ ପାଢ଼ୀଙ୍କ ଶକ୍ତଆଘାତ ଲାଗିଛି l ଘଟଣାସ୍ଥଳରେ ନିମଖଣ୍ଡି ଫାଣ୍ଡି ଅଧିକାରୀ ପ୍ରତାପ ଚନ୍ଦ୍ର ରଥ ଏବଂ କନେଷ୍ଟେବଳ ପହଂଚି ମୃତକଙ୍କ ଶବ ବ୍ୟବଛେଦ ପାଇଁ ବ୍ରହ୍ମପୁର ଏମ.କେ.ସି.ଜି ମେଡିକାଲକୁ ସ୍ଥାନାନ୍ତର ବେଳେ ଆହାତ କବିରାଜଙ୍କୁ ଚିକିତ୍ସା ପାଇଁ ପଠାଇଛନ୍ତି । ଟ୍ରାକଟର ଡ୍ରାଇଭରଙ୍କୁ ଥାନାରେ ଅଟକ ରଖି କେସ ନ 360/20 ଅପମୁର୍ତ୍ୟୁ ମାମଲା ରୁଜୁ କରିଥିବା ଫାଣ୍ଡିଅଧିକାରୀ ପ୍ରତାପ ଚନ୍ଦ୍ର ରଥ ସୂଚନା ଦେଇଛନ୍ତି ।

Advertisement